୧୬୦ କୋଟି ଟଙ୍କା, ୧୦୦ କିଲୋ ସୁନା ଜବତ

Advertisment
୧୬୦ କୋଟି ଟଙ୍କା, ୧୦୦ କିଲୋ ସୁନା ଜବତ

ଚେନ୍ନାଇ: ତାମିଲନାଡୁର ଜଣେ ପ୍ରଭାବଶାଳୀ ରାଜପଥ ଠିକାଦାରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ କରି ଆୟକର ଅଧିକାରୀମାନେ ୧୬୦ କୋଟି ଟଙ୍କା ନଗଦ ଓ ୧୦୦ କିଲୋଗ୍ରାମ୍‌ ସୁନା ଜବତ କରିଛନ୍ତି। ଆୟକର ବିଭାଗର ସୂଚନା ମୁତାବକ ସମ୍ପୃକ୍ତ ଠିକାଦାରି ସଂସ୍ଥା ଦ୍ୱାରା ବାରମ୍ବାର ଟିକସ ଫାଙ୍କି ଏବଂ ବେଆଇନ ଅର୍ଥ କାରବାର ହେଉଥିଲା। ସୂଚନା ଅନୁଯାୟୀ ଚେନ୍ନାଇର ଜଣେ ଜଣାଶୁଣା ସିଭିଲ୍‌ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଏହି ସଂସ୍ଥା ପରିଚାଳିତ ହେଉଛି। ସହରର ନାମୀ ରାଜନେତାଙ୍କ ସହିତ ତାଙ୍କର ସମ୍ପର୍କ ରହିଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ପାଇଁ ଏହା କାର୍ଯ୍ୟ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe