ଇମ୍ରାନ ଖାଁଙ୍କୁ ଝଟକା, ପିଟିଆଇର ୧୬୬ ସଦସ୍ୟଙ୍କୁ ଜେଲ୍

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର ଦିନ ଲାହୋରର ଏକ କୋର୍ଟ ଇମ୍ରାନଙ୍କ ଦଳ ପିଟିଆଇର କିଛି ସାଂସଦଙ୍କ ସମେତ ୧୬୬ ଜଣ ସଦସ୍ୟଙ୍କୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି ।

imran

ଲାହୋର: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର ଦିନ ଲାହୋରର ଏକ କୋର୍ଟ ଇମ୍ରାନଙ୍କ ଦଳ ପିଟିଆଇର କିଛି ସାଂସଦଙ୍କ ସମେତ ୧୬୬ ଜଣ ସଦସ୍ୟଙ୍କୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ୯ ମଇ ୨୦୨୩ରେ ପିଟିଆଇ କର୍ମୀମାନେ ପଞ୍ଜାବ ପ୍ରଦେଶରେ ଆଇଏସଆଇ କୋଠା ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲେ। 

 ପାକିସ୍ତାନ ତେହେରିକ୍-ଏ-ଇନସାଫ (ପିଟିଆଇ) ନେତାମାନଙ୍କୁ ଦଣ୍ଡ ଦିଆଯିବାର ଏହି ଖବର ଏପରି ସମୟରେ ଆସିଛ୍ ଯେତେବେଳେକି ଆସନ୍ତା ଅଗଷ୍ଟ ୫ରେ ଦଳ ପକ୍ଷରୁ ଇମ୍ରାନଙ୍କ ମୁକ୍ତି ପାଇଁ ଏକ ଅଭିଯାନ ଲାଗି ଯୋଜନା କରାଯାଉଛି । 

ପିଟିଆଇ ଫୈସଲାବାଦ ଆତଙ୍କବାଦ ନିରୋଧୀ କୋର୍ଟ (ଏଟିସି)ର ନିଷ୍ପତ୍ତିକୁ କଡ଼ା ନିନ୍ଦା କରିଛି। ଖାଁଙ୍କ ଦଳ ଏହାକୁ ସଂସଦରୁ ତାଙ୍କ ସାଂସଦମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଏବଂ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାରୁ ଦଳକୁ ରୋକିବାର ଷଡ଼ଯନ୍ତ୍ରର ଅଂଶ ଭାବରେ ବର୍ଣ୍ଣନା କରିଛି। କୋର୍ଟ ଜାତୀୟ ବିଧାନସଭାରେ ବିରୋଧୀ ଦଳ ନେତା ଓମାର ଆୟୁବ, ସେନେଟରେ ବିରୋଧୀ ଦଳ ନେତା ଶିବଲି ଫରାଜ, ପିଟିଆଇ ପ୍ରମୁଖ ନେତା ଜର୍ତାଜ ଗୁଲ ଏବଂ ସାହିବଜାଦା ହମିଦ ରଜାଙ୍କୁ ପ୍ରତ୍ୟେକ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe