ଅହମଦାବାଦ ବିମାନ ଦୁର୍ଘଟଣା: ବିମାନରେ ଥିଲେ ୧୬୯ଭାରତୀୟ

qkwuur

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସମୟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହେଉଥିବା ଦେଖାଯାଇଛି। ବିମାନରେ ୨୩୦ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ ବୋଲି କୁହାଯାଉଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଏହା ସହ ୨୪୨ଜଣକ ମଧ୍ୟରୁ ୧୬୯ଜଣ ଭାରତୀୟ ବିମାନରେ ଯାତ୍ରା କରୁଥିଲେ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଏକ୍ସରେ ପୋଷ୍ଟ କରି ଏୟାର ଇଣ୍ଡିଆ ସୂଚନା ଦେଇଛି ଯେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ୧୬୯ଜଣ ଭାରତୀୟ, ବ୍ରିଟେନର ୫୩ଜଣ ନାଗରିକ, ପର୍ତ୍ତୁଗାଲର ୭ଜଣ ନାଗରିକ ଏବଂ କାନାଡାର ଜଣେ ନାଗରିକ ଯାତ୍ରା କରୁଥିଲେ। 

ଏହି ଘଟଣା ପରେ ଅନେକ ଛାତିଥରା ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଘରର ଛାତ ଉପରେ ବିମାନର ଭଗ୍ନାବ‌ଶେଷ ଝୁଲି ରହିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe