ଛତିଶଗଡ଼ର କଓ୍ଵାର୍ଧାରେ ପିକ୍‌ ଅପ୍‌ ଗାଡ଼ି ଓଲଟି ପଡ଼ିବାରୁ ୧୭ ମୃତ

Advertisment
ଛତିଶଗଡ଼ର କଓ୍ଵାର୍ଧାରେ ପିକ୍‌ ଅପ୍‌ ଗାଡ଼ି ଓଲଟି ପଡ଼ିବାରୁ ୧୭ ମୃତ

ରାୟପୁର: ଛତିଶଗଡ଼ର କୱର୍ଧା ଅଞ୍ଚଳରେ ଏକ ପିକଅପ୍‌ ଗାଡି ଓଲଟି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି।
ବୈଗା ଆଦିବାସୀ ସମ୍ପ୍ରଦାୟର ୨୫ରୁ ୩୦ ଜଣ ଲୋକ ପାରମ୍ପରିକ କେନ୍ଦୁପତ୍ର ସଂଗ୍ରହ କରିସାରି ଏକ ପିକ୍‌ ଅପ୍‌ ଟ୍ରକ୍‌ରେ ନିଜ ନିଜର ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିଟି ବାହପାଣି ଅଞ୍ଚଳ ନିକଟରେ ଏକ ୨୦ ଫୁଟ ଗଭୀର ଖାଇକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି।

ଆହତମାନଙ୍କୁ ଅଧିକ ଚିକିତ୍ସା ପାଇଁ ନିକଟସ୍ଥ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତେ କୁଇର ବାସିନ୍ଦା ବୋଲି କୁହାଯାଉଛି।

ବେଗା ସମ୍ପ୍ରଦାୟ ବିଡ଼ି ତିଆରି ବ୍ୟବସାୟରେ ସଂପୃକ୍ତ, ଯେଉଁଥିପାଇଁ ସେମାନେ କେନ୍ଦୁପତ୍ର ସଂଗ୍ରହ କରନ୍ତି। କେନ୍ଦୁପତ୍ର ମାର୍ଚ୍ଚ ମାସରୁ ବାହାରି ମେ ମାସରେ ସଂଗ୍ରହ କରାଯାଏ। ଏହି ପତ୍ରକୁ ବିଡ଼ି ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଏ।

ଛତିଶଗଡ଼ର କୱର୍ଧା ଅଞ୍ଚଳରେ ଏକ ପିକଅପ୍‌ ଗାଡି ଓଲଟି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ବୈଗା ଆଦିବାସୀ ସମ୍ପ୍ରଦାୟର ୨୫ରୁ ୩୦ ଜଣ ଲୋକ ପାରମ୍ପରିକ କେନ୍ଦୁପତ୍ର ସଂଗ୍ରହ କରିସାରି ଏକ ପିକ୍‌ ଅପ୍‌ ଟ୍ରକ୍‌ରେ ନିଜ ନିଜର ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିଟି ବାହପାଣି ଅଞ୍ଚଳ ନିକଟରେ ଏକ ୨୦ ଫୁଟ ଗଭୀର ଖାଇକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe