୧୭ ଆଇଏସ୍‌ ଆତଙ୍କବାଦୀ ନିହତ

Advertisment
୧୭ ଆଇଏସ୍‌ ଆତଙ୍କବାଦୀ ନିହତ

କାବୁଲ : ଆଫଗାନିସ୍ତାନର ହାସ୍କା ମିନା ଏବଂ ଅଚିନ ଜିଲ୍ଲାରେ ଆମେରିକାର ଡ୍ରୋନ ଆକ୍ରମଣରେ ରବିବାର ୧୭ ଆଇଏସଆଇଏସ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଖବର ପାଇ ଆମେରିକୀୟ ସୁରକ୍ଷାବଳ ଆଫଗାନିସ୍ତାନ ସେନା ସହ ମିଳିତ ଭାବେ ଯାଇ ଦେଶର ହାସ୍କା ମିନା ଏବଂ ଅଚିନ ଜିଲ୍ଲାରେ ଆତଙ୍କବାଦୀ ଆଡ୍ଡା ଉପରେ ଡ୍ରୋନ ଆକ୍ରମଣ କରିଥିଲେ। ଏହି ଆକ୍ରମଣ କାଳରେ ହାସ୍କା ମିନାରେ ୧୪ ଏବଂ ଅଚିନରେ ୩ ଆଇଏସଆଇଏସ ଆତଙ୍କବାଦୀଙ୍କୁ ସେନା ପକ୍ଷରୁ ନିପାତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଏହି ଅଞ୍ଚଳରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବାକୁ ଆମେରିକା ସେନା ଏବଂ ଆଫଗାନ ସେନା ଅନେକ ଦିନରୁ ଚେଷ୍ଟା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe