କୋଭିଡ୍‌ ରୋଗୀଙ୍କୁ ୧୭ ଲକ୍ଷ ଟଙ୍କାର ବିଲ୍‌, ମୁମ୍ବାଇ ନାନାବତୀ ହସ୍ପିଟାଲ୍‌ ବି‌ରୋଧରେ ଏଫ୍‌ଆଇଆର

ପ୍ରଥମ ଥର ପାଇଁ ଭାରତର ମୃତ୍ୟୁ ହାର ୨.୫ ପ୍ରତିଶତରୁ କମ

The Indian Express

ମୁମ୍ବାଇ: ମୁମ୍ବାଇରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଘରୋଇ ହସ୍ପିଟାଲ୍‌ଗୁଡ଼ିକ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ମାତ୍ରାଧିକ ଚାର୍ଜ‌୍ କରୁଥିବା ଅଭିଯୋଗ ହୋଇଛି। ମିଳିଥିବା ଏକ ସୂଚନାନୁଯାୟୀ ମୁମ୍ବାଇର ନାନାବତୀ ଘରୋଇ ହସ୍ପିଟାଲ୍‌ ବିରୋଧରେ ଏନେଇ ଏଫ୍‌ଆଇଆର ରୁଜୁ ହୋଇଛି। ହସ୍ପିଟାଲ୍‌ ପକ୍ଷରୁ ଜଣେ କୋଭିଡ୍‌ ରୋଗୀଙ୍କୁ ୧୭ ଲକ୍ଷ ଟଙ୍କାର ବିଲ୍‌ ଦିଆଯାଇଛି। ସମ୍ପୃକ୍ତ ରୋଗୀ ଜଣଙ୍କ ଏନେଇ ଅଭିଯୋଗ ‌କରିବା ପରେ ଏହାର ପର୍ଦ୍ଦାଫାସ ‌ହୋଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ଉକ୍ତ ଘଟଣାରେ ହସ୍ପିଟାଲ୍‌ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛନ୍ତି। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଦରକାର ସମୟରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପାଇଁ ଡକାଯିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ମୁମ୍ବାଇରେ ବାରମ୍ବାର ଘରୋଇ ହସ୍ପିଟାଲ୍‌ଗୁଡ଼ିକ ମାତ୍ରାଧିକ ଚିକିତ୍ସା ଖର୍ଚ୍ଚ ନେଉଥିବା ଜଣା‌ପଡ଼ିବାପରେ ସରକାର ବିଭିନ୍ନ ନିୟମ ପରିବର୍ତ୍ତନ କରିଥିଲେ। କିନ୍ତୁ ସରକାରଙ୍କର କୌଣସି ନିୟମ କାମ ଦେଇନି। ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ମଧ୍ୟ ନିକଟରେ ଚେତାବନୀ ଦେଇ କହିଥିଲେ ଯେ, ଯେଉଁ ଘରୋଇ ହସ୍ପିଟାଲ୍‌ ଗୁଡ଼ିକ କରୋନା ଚିକିତ୍ସା ପାଇଁ ମାତ୍ରାଧିକ ଚାର୍ଜ‌୍ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ରାଜେଶ ଟୋପେ ମଧ୍ୟ ନିଜେ କିଛି ହସ୍ପିଟାଲ୍‌ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ମିଳିଥିବା ସୂଚନାନୁଯାୟୀ ନାନାବତୀ ହସ୍ପିଟାଲ୍‌ ବିରୋଧରେ ଆଇପିସିର ଧାରା ୩୪ ଏବଂ ୧୮୮ ଅଧୀନରେ ମାମଲା ରୁଜୁ ହୋଇଛି। ପୁଲିସ ଅନୁଯାୟୀ ପିପିଇ କିଟ୍‌, ଟେଷ୍ଟିଂ, ମେଡିସିନ୍‌ ଏବଂ ଆଇସିୟୁ ବେଡ୍‌ ପାଇଁ ଏହି ଓଭରଚାର୍ଜିଂ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe