୧୭ ଲକ୍ଷ ଟଙ୍କାର ଚାକିରି ଲୋଭରେ ବ୍ରହ୍ମୋସ୍‌ ବୈଜ୍ଞାନିକ ଆଇଏସ୍‌ଆଇକୁ ତଥ୍ୟ ଦେଇଥିଲେ

Advertisment
୧୭ ଲକ୍ଷ ଟଙ୍କାର ଚାକିରି ଲୋଭରେ ବ୍ରହ୍ମୋସ୍‌ ବୈଜ୍ଞାନିକ ଆଇଏସ୍‌ଆଇକୁ ତଥ୍ୟ ଦେଇଥିଲେ

ନୂଆଦିଲ୍ଲୀ : କାନାଡାରେ ମାସିକ ୧୭ ଲକ୍ଷ ଟଙ୍କାର ଚାକିରି ଲୋଭରେ ବୈଜ୍ଞାନିକ ନିଶାନ୍ତ ଅଗ୍ରୱାଲ୍‌ ପାକିସ୍ତାନକୁ ଭାରତର ପରମାଣୁ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ଗୁପ୍ତ ତଥ୍ୟ ଦେଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। କାନାଡ଼ାରେ ୧୭ ଲକ୍ଷ ଟଙ୍କାର ଚାକିରି ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ମିଳିଥିଲା ଏବଂ ଏହି ଲୋଭରେ ସେ ଦେଶ ବିରୋଧୀ ପଦକ୍ଷେପ ନେଇଥିଳେ। ମହାରାଷ୍ଟ୍ର ଏଟିଏସ୍‌ର ମିଳିତ ଉଦ୍ୟମରେ ଗିରଫ ହୋଇଥିବା ନିଶାନ୍ତଙ୍କ ବ୍ୟକ୍ତିଗତ କମ୍ପ୍ୟୁଟରରେ ଏ ବାବଦ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି। କାନାଡ଼ାରେ ମୋଟା ଦରମାରେ ଚାକିରି ଲୋଭ ଦେଖାଇ ତାଙ୍କଠାରୁ ବ୍ରହ୍ମୋସ୍‌ର ସବୁ ଗୁପ୍ତ ତଥ୍ୟ ନିଆଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ହନି ଟ୍ରାପ୍‌ ଦ୍ବାରା ଭାରତୀୟ ବୈଜ୍ଞାନିକଙ୍କୁ ନିଜ ଜାଲରେ ଫସାଇ ଏଭଳି ତଥ୍ୟ ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe