ଓଡ଼ିଶାରେ ୧୭% ଆୟକରଦାତାଙ୍କ ଆୟ ୧୨ ଲକ୍ଷରୁ ଅଧିକ: ମହାରାଷ୍ଟ୍ରଠାରୁ ଆଗରେ

ଯେଉଁ ରାଜ୍ୟଗୁଡ଼ିକ ଧନୀ ଭାବେ ଗଣା ହେଉଛନ୍ତି, ସେଠାରେ ଅଧିକ ମଧ୍ୟବିତ୍ତ ବାସ କରୁନାହାନ୍ତି। ୨୦୨୪-୨୫ ଆକଳନ ବର୍ଷ ପାଇଁ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣରୁ ସେଭଳି ଚିତ୍ର ସାମ୍ନାକୁ ଆସିଛି।

income tax

Photograph: (Hero FinCorp)

ନୂଆଦିଲ୍ଲୀ: ଯେଉଁ ରାଜ୍ୟଗୁଡ଼ିକ ଧନୀ ଭାବେ ଗଣା ହେଉଛନ୍ତି, ସେଠାରେ ଅଧିକ ମଧ୍ୟବିତ୍ତ ବାସ କରୁନାହାନ୍ତି। ୨୦୨୪-୨୫ ଆକଳନ ବର୍ଷ ପାଇଁ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣରୁ ସେଭଳି ଚିତ୍ର ସାମ୍ନାକୁ ଆସିଛି। ବାର୍ଷିକ ୧୨ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଟିକସଦାତାଙ୍କ ହାର ଝାଡ଼ଖଣ୍ଡରେ ୨୦ ପ୍ରତିଶତ ରହିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଧନୀ ରାଜ୍ୟ ଗୁଜରାଟ ଏହି ତାଲିକାର ଶୀର୍ଷ ୧୦ରେ ସ୍ଥାନ ପାଇନାହିଁ। ଓଡ଼ିଶାର ୧୭ ପ୍ରତିଶତ ଟିକସଦାତା ଏହି ଆୟ ବର୍ଗରେ ରହିଛନ୍ତି। ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ ଦେଶର ସିଂହଭାଗ ଟିକସଦାତା ନିଜର ବାର୍ଷିକ ଆୟ ଅଢ଼େଇ ଲକ୍ଷ ଟଙ୍କାରୁ ସାଢ଼େ ସାତ ଲକ୍ଷ ଟଙ୍କା ଭିତରେ ଦର୍ଶାଇଛନ୍ତି। ଅଧାରୁ ଅଧିକ ମଧ୍ୟବିତ୍ତ ଲୋକ ସେହି ବର୍ଗରେ ରହିଛନ୍ତି। ମାତ୍ର ୨.୫ ପ୍ରତିଶତ ଟିକସଦାତା ନିଜର ବାର୍ଷିକ ଆୟ ୨୫ ଲକ୍ଷ ଟଙ୍କାରୁ ଅଧିକ ଥିବା ଘୋଷଣା କରିଛନ୍ତି। ବର୍ଷକୁ ୧୨-୫୦ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ଟିକସଦାତାଙ୍କ ହାର କର୍ଣ୍ଣାଟକରେ ସର୍ବାଧିକ ୨୦.୬% ରହିଛି। ଶୀର୍ଷ ୧୦ଟି ସ୍ଥାନରେ କର୍ଣ୍ଣାଟକ ପଛକୁ ଥିବା ରାଜ୍ୟଗୁଡ଼ିକ ହେଉଛି ତେଲେଙ୍ଗାନା (୧୯.୮%), ଝାଡ଼ଖଣ୍ଡ (୧୯.୫%), ତାମିଲନାଡ଼ୁ(୧୮.୮%), ଦିଲ୍ଲୀ (୧୭.୬%), ପୁଡୁଚେରି (୧୭.୪%), ଓଡ଼ିଶା (୧୬.୮%), ମହାରାଷ୍ଟ୍ର(୧୬.୨%), ଆନ୍ଧ୍ରପ୍ରଦେଶ(୧୫.୯%) ଓ ଉତ୍ତରାଖଣ୍ଡ (୧୪.୨%)।

ତେବେ ବର୍ଷକୁ ୨୫ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ଟିକସଦାତାଙ୍କ ସଂଖ୍ୟା ଓଡ଼ିଶାରେ ଏତେ ଅଧିକ ନାହିଁ। ଏହି ତାଲିକାର ଶୀର୍ଷ ୧୦ଟି ରାଜ୍ୟ ଭିତରେ ଓଡ଼ିଶାକୁ ସ୍ଥାନ ମିଳିନାହିଁ। ଏହି ତାଲିକାରେ କ୍ରମାନ୍ବୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଦିଲ୍ଲୀ, ହରିୟାଣା, କେରଳ ଓ ଆନ୍ଧପ୍ରଦେଶ ରହିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪୬ ଲକ୍ଷରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ ହୋଇଥିଲା। ଅଧିକାଂଶ ରାଜ୍ୟର ମୋଟ୍‌ ଜନସଂଖ୍ୟାର ପ୍ରାୟ ୩ ପ୍ରତିଶତ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି। ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ଏହି ହାର ମାତ୍ର କିନ୍ତୁ ୧.୫ ପ୍ରତିଶତ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe