ତାମିଲନାଡୁ ବର୍ଷା: କୋଠା ଭୁଶୁଡ଼ି ୧୭ ମୃତ

ତାମିଲନାଡୁ ବର୍ଷା: କୋଠା ଭୁଶୁଡ଼ି ୧୭ ମୃତ

(Photo | EPS)

କୋଏମ୍ବାଟୁର: ତାମିଲ୍‌ନାଡୁର ବର୍ଷା ଏବେ ଅନେକ ଲୋକଙ୍କ ଦୁଃଖର କାରଣ ବନିଛି। ବର୍ଷା ହେତୁ ମିତୁପଲାୟମର ନାଦୁର ଗ୍ରାମରେ ୩ଟି କୋଠା ଭୁଶୁଡ଼ି ପଡ଼ିବାରୁ ୧୭ ଲୋକଙ୍କ ଜୀବନ ଯାଇଛି। ମୃତକମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ୫ ପୁରୁଷ ଥିବା ଜାଣିବାକୁ ମିଳିଛି।

ପୁଲିସ୍‌ ଓ ଅଗ୍ନିଶମ କମର୍ଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଭଗ୍ନ କୋଠା ତଳେ ଆହୁରି ଅନେକ ଚାପି ହୋଇ ରହିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ମୃତଶରୀର ଉଦ୍ଧାର କରାଯିବା ପରେ ମିତୁପଲାୟମ ସରକାରୀ ହସ୍ପିଟାଲ୍‌କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ସୋମବାର ଓ ମଙ୍ଗଳବାର ସହରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।

ମୃତକମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ପଲ୍ଲାନିସ୍ବାମୀ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ସେ ମିତୁପଲାୟମ ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe