ଭାରତୀୟ କରୋନାଭାରସ୍‌ ଟିକା ଦୌଡ଼ : ୧୭୫୦ଜଣଙ୍କୁ ନେଇ ୩ଟି ଟିକାର ପରୀକ୍ଷଣ ଚାଲିଛି, ଖୁବ୍‌ ଶୀଘ୍ର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ

ଭାରତୀୟ କରୋନାଭାରସ୍‌ ଟିକା ଦୌଡ଼ : ୧୭୫୦ଜଣଙ୍କୁ ନେଇ ୩ଟି ଟିକାର ପରୀକ୍ଷଣ ଚାଲିଛି, ଖୁବ୍‌ ଶୀଘ୍ର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ: କୋଭିଡ -୧୯ ଟିକା ପାଇଁ ବିଶ୍ୱ ଅପେକ୍ଷା କରି ରହିଛି। ଏଭଳି ପରିସ୍ଥିତିରେ ତିନିଟି କୋଭିଡ-୧୯ ଟିକା  ପରୀକ୍ଷଣର ଉନ୍ନତ ପର୍ଯ୍ୟାୟରେ ପହଞ୍ଚିଥିବା ଆଇସିଏମଆର ପକ୍ଷରୁ ପ୍ରକାଶ।

ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗଭ କହିଛନ୍ତି ଯେ କରୋନା ମହାମାରୀ ବିରୋଧୀ ଯୁଦ୍ଧରେ ଭାରତରେ ତିନିଟି କୋଭିଡ -୧୯ ଟିକା ଆଗରେ ରହିଛି। ତିନିଟି କୋଭିଡ -୧୯ଟିକା ମଧ୍ୟରୁ ଦୁଇଟି ସ୍ୱଦେଶୀ, ଯାହାକି ଭାରତରେ ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହି ତିନିଟି କୋଭିଡ୍‌ -୧୯ ଟିକା ମଧ୍ୟରେ ଭାରତର ସେରମ୍‌ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା ଅକ୍ସଫୋର୍ଡ ଟିକା‌, ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ଜାଏଡସ୍‌ କ୍ୟାଡିଲାର ଜାଇକୋଭି-ଡି ରହିଛି।

ତିନିଟି କୋଭିଡ ଟିକା ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଡାକ୍ତର ଭାର୍ଗଭ କହିଛନ୍ତି ଯେ ସେରମ୍‌ ଇନଷ୍ଟିଚ୍ୟୁଟର ଟିକା ଦ୍ୱିତୀୟ ପର୍ଯ୍ୟାୟ (ବି)ରେ ରହିଛି ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧,୭୦୦ ଲୋକ ଅଂଶଗ୍ରହଣ କରିବେ । ଭାରତ ବାୟୋଟେକ୍ ଟିକା‌ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଥିବା ବେଳେ ଏବଂ ଜାଏଡସ୍‌ କ୍ୟାଡିଲା ଟିକାର  ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଛି ଏବଂ  ୫୦ ଜଣ ଏଥିରେ ଭାଗ ନେଇଛନ୍ତି ।

publive-image

ଟିକାଗୁଡ଼ିକର କ୍ଲିନିକାଲ୍‌ ବିକାଶ ହେଉଛି ଏକ ତିନି ପର୍ଯ୍ୟାୟ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଅଳ୍ପ ଲୋକମାନଙ୍କୁ ନେଇ ଟିକା ପରୀକ୍ଷଣ କରାଯାଇଥାଏ। ଦ୍ୱିତୀୟ ପର୍ଯ୍ୟାୟରେ, କ୍ଲିନିକାଲ୍‌ ଅଧ୍ୟୟନ ବ୍ୟାପକ ହୋଇଥାଏ । ଏଥିସହିତ ଏହି ଟିକା ଯେଉଁମାନଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ସେଭଳି ଶାରୀରିକ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଦିଆଯାଇଥାଏ। ତୃତୀୟ ପର୍ଯ୍ୟାୟରେ ଟିକା ହଜାର ହଜାର ଲୋକଙ୍କୁ ଦିଆଯାଏ। ଏହା କାର୍ଯ୍ୟକ୍ଷମତା ଏବଂ ନିରାପତ୍ତା ପାଇଁ ପରୀକ୍ଷା କରାଯାଇଥାଏ।

ଭାରତରେ କରୋନାଭାଇରସ୍‌ ଟିକା ପରୀକ୍ଷଣରେ ଅତି କମରେ ୧୭୫୦ ଲୋକ ଅଂଶଗ୍ରହଣ କରିଛନ୍ତି । ତେବେ କୋଭାକ୍ସିନ୍ ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ଲୋକ ଏଥିରେ ଭାଗ ନେବେ ବୋଲି ଆଶା କରୁଥିବା ବେଳେ ଜାଏଡସ୍‌ ଅନେକ ପ୍ରାର୍ଥୀଙ୍କ ନାମ ତାଲିକାଭୁକ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe