୧୭ତମ ଲୋକସଭା : ସଂଖ୍ୟା ଦୃଷ୍ଟିରୁ ଦଳୀୟ ସ୍ଥିତି ସପ୍ତମ ସ୍ଥାନରେ ବିଜେଡି

Advertisment
ପର୍ଯ୍ୟଟନ କ୍ଷେତ୍ରରେ ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି

ନୂଆଦିଲ୍ଲୀ : ୧୭ତମ ଲୋକସଭାରେ ବିଜୁ ଜନତା ଦଳ (ବିଜେଡି) ସଂସଦରେ ଦଳୀୟ ସଂଖ୍ୟା ଅନୁସାରେ ସପ୍ତମ ସ୍ଥାନରେ ରହିଛି। ତେବେ ୧୬ତମ ଲୋକସଭାରେ ବିଜେଡି ୫ମ ସ୍ଥାନରେ ଥିଲା। ସେହି ସମୟରେ ବିଜେଡିର ଲୋକସଭାରେ ସମୁଦାୟ ୧୮ ଜଣ ସାଂସଦ ଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ବିଜେଡିକୁ ୨୦ ଆସନ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଦଳର ସାଂସଦ ରାମଚନ୍ଦ୍ର ହାଂସଦାଙ୍କୁ ନିଲମ୍ବନ କରାଯାଇଥିଲା ଏବଂ ବିଜେଡିର ସାଂସଦ ବୈଜୟନ୍ତ ପଣ୍ଡା ଇସ୍ତଫା ଦେଇଥିଲେ। ଚଳିତ ନିର୍ବାଚନରେ ବିଜେଡି ୧୨ ଲୋକସଭା ଆସନରେ ଜିତିଛି। ୧୭ତମ ଲୋକସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଆଞ୍ଚଳିକ ଦଳମାନଙ୍କ ମଧ୍ୟରୁ ଡିଏମ୍‌କେ ତୃତୀୟ ସ୍ଥାନରେ, ତୃଣମୂଳ କଂଗ୍ରେସ ଓ ଵାଇଏସ୍ଆରସିପି ଚତୁର୍ଥ ସ୍ଥାନରେ, ଶିବସେନା ପଞ୍ଚମ ସ୍ଥାନରେ ଓ ଜେଡି(ୟୁ) ଷଷ୍ଠ ସ୍ଥାନରେ ରହିଛି। ବିଜେଡି ସପ୍ତମ ସ୍ଥାନରେ ଥିବାବେଳେ ବହୁଜନ ସମାଜପାର୍ଟି ୧୦ଟି ଆସନ ସହ ଅଷ୍ଟମ ସ୍ଥାନରେ ରହିଛି। ଚଳିତ ନିର୍ବାଚନରେ ଲୋକସଭା‌େର ବିଜେଡିର ୧୨ ଜଣ ସାଂସଦଙ୍କ ମଧ୍ୟରୁ ୫ ଜଣ ମହିଳା ସାଂସଦ ଅଛନ୍ତି। ଗତ ଲୋକସଭା ନିର୍ବାଚନରେ ବିଜେଡିରୁ ୩ ଜଣ ମହିଳା ସାଂସଦ ନିର୍ବାଚିତ ହୋଇ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe