ପଶ୍ଚିମବଙ୍ଗ: ଟ୍ରକ୍‌ ସହ ଧକ୍କା ଖାଇଲା ଶବ ନେଇ ଶ୍ମଶାନକୁ ଯାଉଥିବା ମାଟାଡୋର୍‌; ୧୮ ମୃତ, ୫ ଆହତ

Advertisment
ପଶ୍ଚିମବଙ୍ଗ: ଟ୍ରକ୍‌ ସହ ଧକ୍କା ଖାଇଲା ଶବ ନେଇ ଶ୍ମଶାନକୁ ଯାଉଥିବା ମାଟାଡୋର୍‌; ୧୮ ମୃତ, ୫ ଆହତ

Image Courtesy of Aajtak

କୋଲ୍‌କାତା: ଶନିବାର ରାତିରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୫ଜଣ ଆହତ ହୋଇଛନ୍ତି।

ଉତ୍ତର ୨୪ ପ୍ରଗଣାର ବାଗଦାରୁ ମାଟାଡୋର୍‌ ଗାଡ଼ିରେ ଶବ ନେଇ ୨୦ରୁ ଅଧିକ ଲୋକ ନବଦ୍ବୀପ ଶ୍ମଶାନ ଅଭିମୁଖେ ଯାଉଥିବା ବେଳେ ଉପରୋକ୍ତ ଦୁର୍ଘଟଣା ଘଟିଛି।

ହଂସଖାଲି ଥାନା ଅନ୍ତର୍ଗତ ଫୁଲବାଡ଼ି ଅଞ୍ଚଳ ରାସ୍ତାକଡ଼ରେ ଠିଆ ହୋଇଥିବା ଗୋଟାଏ ପଥର ଟ୍ରକ୍‌ ଉପରେ ମାଟାଡୋର୍‌ଟି ଧକ୍କା ଖାଇବାଥିଲା। ପୁଲିସ କହିବା ଅନୁସାରେ, ଘନ କୁହୁଡ଼ି ଏବଂ ଗାଡ଼ିର ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଛି।

ଚିକିତ୍ସା ପାଇଁ ଆହତମାନଙ୍କୁ ଡାକ୍ତରଖାନାରେ ଶକ୍ତିନଗର ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଦୁର୍ଘଟଣାରେ ବ୍ୟଥିତ ହୋଇ ରାଜ୍ୟପାଳ ଜଗଦୀପ ଧନଖଡ଼େ  କହିଛନ୍ତି, ପଥପାର୍ଶ୍ବରେ ଠିଆ ‌ହୋଇଥିବା ଟ୍ରକ୍‌ ସହ ସେମାନେ ଯାତ୍ରା କରୁଥିବା ଗାଡ଼ିଟି ଧକ୍କା ଖାଇବା କାରଣରୁ ୧୮ଜଣଙ୍କର ମୃତ୍ୟୁ ଘଟିବା ଓ ୫ଜଣ ଆହତ ହେବା ଖବର ପାଇ ମୁଁ ମର୍ମାହତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe