କେରଳରେ ଡଙ୍ଗା ଓଲଟି ୧୮ ମୃତ

Advertisment
କେରଳରେ ଡଙ୍ଗା ବୁଡି ୧୫ ପର୍ଯ୍ୟଟକଙ୍କ ମୃତ୍ୟୁ

the news minute

ମଲପ୍ପୁରମ(କେରଳ): କେରଳର ମଲପ୍ପୁରମ ଜିଲ୍ଲାର ତନୁର ନିକଟରେ ଆଜି ରାତିରେ ଏକ ପର୍ଯ୍ୟଟକ ଡଙ୍ଗା ବୁଡ଼ିଯିବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ସମୟରେ ଡଙ୍ଗାରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ। ରାଜ୍ୟ ମନ୍ତ୍ରୀ ଭି.ଅବ୍‌ଦୁରହିମନ କହିଛନ୍ତି ଯେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ନିଖୋଜମାନଙ୍କୁ ଠାବ କରିବା ପାଇଁ ସବୁ ପ୍ରୟାସ ହେଉଛି। ରାତ୍ରୀ ସମୟରେ ଏହି ଦୁର୍ଘଟଣା ହୋଇଥିବାରୁ ଉଦ୍ଧାରକାରୀ ଦଳ ପାଇଁ ସମସ୍ୟା ଉପୁଜିଛି।

ରାତି ୧୧ଟା ସୁଦ୍ଧା ୧୮ଟି ଶବ ମିଳିଥିବା ବେଳେ ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଛନ୍ତି। ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ଯୁବକ କହିଛନ୍ତି ଯେ ଡଙ୍ଗାଟି ଡବଲ ଡେକର ଥିଲା ଏବଂ ପ୍ରତି ଡେକର୍‌ରେ ଗୋଟିଏ ଲେଖାଏଁ ଗେଟ୍‌ ଥିଲା। ଶିଶୁ ଓ ମହିଳାମାନେ ତଳ ଡେକ୍‌ରେ ଥିଲେ ଏବଂ ଡଙ୍ଗା ଓଲଟି ପଡ଼ିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ଘଟିଛି। ତନୁର ପୌରପାଳିକାର କାଉନ୍‌ସିଲର ପିପି ମୁସ୍ତାଫା କହିଛନ୍ତି ଯେ ଅପରାହ୍ନ ୫ଟା ପରେ ପର୍ଯ୍ୟଟକଙ୍କୁ ନେଇ ଡଙ୍ଗା ଚଳାଚଳ ଅନୁମତି ନଥିଲା। ଏହା ସତ୍ତ୍ବେ ଡଙ୍ଗାଟି ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରିଥିଲା। ଉକ୍ତ ଡଙ୍ଗାରେ ପର୍ଯ୍ୟାପ୍ତ ଜୀବନ ରକ୍ଷାକାରୀ ଉପକରଣ ମଧ୍ୟ ନଥିଲା ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଡଙ୍ଗାବୁଡ଼ି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମୃତକଙ୍କ ପରିଜନଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe