କୋଇଲା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ

କୋଇଲା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ

ବେଜିଂ: ଚାଇନାର ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି | ଖଣି ଭିତରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ଶ୍ରମିକମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ଚୀନର ସରକାରୀ ସମ୍ବାଦ ଏଜେନ୍ସି ସିନହୁଆ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଯୋଗଚୁଆନ ଜିଲ୍ଲାର ଡିଆସୁଇଡୋଙ୍ଗ କୋଇଲା ଖଣିରେ ଶୁକ୍ରବାର ସନ୍ଧ୍ୟା ୫ଟାରେ ଏହି ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ପାଞ୍ଚ ଜଣ ନିଖୋଜ ଥିବାବେଳେ ସେମାନଙ୍କୁ ଖୋଜାଖୋଜି କରାଯାଉଛି।

ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କ ମୃତଦେହ ଉଦ୍ଧାର କରାଯାଇପାରିନାହିଁ | ସିନହୁଆର ରିପୋର୍ଟ ଅନୁଯାୟୀ, କାର୍ବନ ମନୋକ୍ସାଇଡ୍ ସ୍ତର ବୃଦ୍ଧି ହେତୁ ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ୧୯୭୫ ମସିହାରୁ ଆରମ୍ଭ ହୋଇଥିବା ଏହି ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ୧,୨୦,୦୦୦ ଟନ୍ ରହିଛି ।

ସୂଚନା ଥାଉ କି ଏକ ଆକଳନ ଅନୁଯାୟୀ, ଚାଇନାରେ ପ୍ରତିବର୍ଷ ୫୦୦୦ରୁ ଅଧିକ ଲୋକ ଏଭଳି ଦୁର୍ଘଟଣାରେ ପ୍ରାଣ ହରାନ୍ତି। ପୂର୍ବରୁ ୨୦୧୩ରେ ଏହି ଖଣିରେ ବିଷାକ୍ତ ହାଇଡ୍ରୋଜେନ୍ ସଲଫାଇଡ୍ ଲିକ୍ ହୋଇ ତିନିଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe