ରାସ୍ତାକଡ଼ରେ ଶ୍ରାଦ୍ଧଭୋଜି ଖାଉଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍‌; ଜଣେ ମୃତ, ୧୮ ଆହତ

Advertisment
ରାସ୍ତାକଡ଼ରେ ଶ୍ରାଦ୍ଧଭୋଜି ଖାଉଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍‌; ଜଣେ ମୃତ, ୧୮ ଆହତ

Image Courtesy of NDTV

ସାରଣ: ଶନିବାର ରାତିରେ ବିହାରର ସାରଣ ଜିଲ୍ଲାର ଏକ ରାସ୍ତାକଡ଼ରେ ଆୟୋଜିତ ଶ୍ରାଦ୍ଧଭୋଜିରେ ଏକତ୍ର ହୋଇଥିବା ଲୋକଙ୍କ ଉପରେ ଗୋଟାଏ ଦ୍ରୁତଗାମୀ କାର୍‌ ଚଢ଼ିଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୧୮ଜଣ ଆହତ ହୋଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସଂଗୃହୀତ ତଥ୍ୟ ଅନୁସାରେ, ରାସ୍ତାପାର୍ଶ୍ବରେ ଥିବା ଗୋଟାଏ ଦୋକାନରେ ଧକ୍କା ଖାଇ ସେ ଦୋକାନକୁ ଭାଙ୍ଗିବା ପରେ କାର୍‌ଟି ରାସ୍ତା କଡ଼ରେ ଭୋଜି ଖାଉଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଦୁର୍ଘଟଣା ଘଟିବା ସମୟରେ କାର୍‌ ଚାଳକ ନିଶାସକ୍ତ ଥିଲେ। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇଛି।

publive-image Image Courtesy of ANI

ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏ ସଂକ୍ରାନ୍ତରେ କାର୍‌ରେ ବସିଥିବା ଲୋକମାନଙ୍କୁ ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଜନତା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଅଳ୍ପ କିଛି ଦିନ ପୂର୍ବେ ବିହାରର ବୈଶାଳୀ ଜିଲ୍ଲାର ମେହ୍‌ନାର୍‌ ଗ୍ରାମରେ ଗୋଟାଏ ଜନଗହଳି ଉପରକୁ ଦ୍ରୁତଗାମୀ ଟ୍ରକ୍‌ଟିଏ ମାଡ଼ିଯିବାରୁ କେତେକ ପିଲାଙ୍କ ସମେତ ଅନ୍ୟୂନ ୮ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe