ଭୁଲ୍‌ରେ ଡିଜେଲ୍‌ ପିଇ ଦେଢ଼ ବର୍ଷର ବାଳକ ମୃତ

ଭୁଲ୍‌ରେ ଡିଜେଲ୍‌ ପିଇ ଦେଢ଼ ବର୍ଷର ବାଳକ ମୃତ

ପୁଣେ: ବିଠଲଓ୍ଵାଡ଼ିର ଦେହୁଗାଓଁରେ ଗୋଟାଏ ଦେଢ଼ ବର୍ଷର ବାଳକ ଭୁଲ୍‌କ୍ରମେ ଡିଜେଲ୍‌ ପିଇ ଦେଇ ମୃତ୍ୟୁବରଣ କରିଛି। ପୁଲିସ କହିବା ଅନୁସାରେ, ଶ୍ରମିକ ପରିବାରର ବେଦାନ୍ତ ଗୌତମ ଗାଏକ୍‌ଓ୍ଵାଡ୍‌ ନାମକ ସେ ପିଲା ଅଘଟଣ ସମୟରେ ଘରେ ଖେଳୁଥିଲା।

ଷ୍ଟୋଭ୍‌ରେ ପୂରାଇବାକୁ ତା’ ମାଆ କାଚ ବୋତଲରେ ଡିଜେଲ୍‌ ଆଣିଥିଲେ। ତାକୁ ପାଣି ବିଚାରି ବେଦାନ୍ତ ପିଇ ଦେଇଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ଷ୍ଟୋଭ୍‌ରେ ଡିଜେଲ୍‌ ପୂରାଇ ସାରିବା ପରେ ବୋତଲଟିକୁ ତା’ ମାଆ ଚଟାଣରେ ଥୋଇ ଥିଲେ। ଖେଳୁ ଖେଳୁ ବେଦାନ୍ତ ସେ ବୋତଲରେ ଥିବା ଡିଜେଲ୍‌ ପିଇ ଦେଇଥିଲା। କିଛି ସମୟ ପରେ ତା’ ଆଖି ଧଳାପଡ଼ିଗଲା ଓ ସେ ବାନ୍ତି କଲା। ଚିକିତ୍ସା ପାଇଁ ତାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ବେଦାନ୍ତର ମୃତ୍ୟୁ ଘଟିଲା। ବିଷକ୍ରିୟ ଯୋଗୁଁ ତା’ର ମୃତ୍ୟୁ ଘଟିଥିବା କଥା ଡାକ୍ତରଖାନା ଓ ପୁଲିସ ସୂତ୍ରରୁ ପ୍ରକାଶ।

ସବ୍‌-ଇନ୍‌ପେକ୍ଟର୍‌ ଆଦିନାଥ ମିସାଲ କହନ୍ତି, ବଡ଼ ଦୁଃଖଦ ଘଟଣା। ସେ ଅଞ୍ଚଳରେ ରୋଷେଇ ପାଇଁ କିରୋସିନ ମିଳୁ ନ ଥିବାରୁ ତା’ ମାଆ ଡିଜେଲ୍‌ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe