ସୈନ୍ୟ ଅଭିଯାନରେ ୧୮ ସିରିଆ ନାଗରିକ ମୃତ

ସୈନ୍ୟ ଅଭିଯାନରେ ୧୮ ସିରିଆ ନାଗରିକ ମୃତ

ସିରିଆ : ଉତ୍ତର ସିରିଆର ଆଫ୍ରିନ ଅଞ୍ଚଳରୁ କୁର୍ଦିସ ବାହିନୀଙ୍କୁ ହଟାଇବା ପାଇଁ ତୁର୍କୀ ପକ୍ଷରୁ କରାଯାଇଥିବା ସୈନ୍ୟ ଅଭିଯାନରେ ୧୮ ସିରିଆ ନାଗରିକ ବଳି ପଡିଛନ୍ତି। ବ୍ରିଟେନ ମାନବାଧିକାର ସଂସ୍ଥା ପକ୍ଷରୁ ଏହି ଘଟଣାକୁ ନେଇ କୁହାଯାଇଛି ଯେ, ସିରିଆ ଏବଂ ତୁର୍କୀର ସୀମାନ୍ତ ଅଞ୍ଚଳରୁ କୁର୍ଦିସ ବାହିନୀଙ୍କୁ ହଟାଇବା ଲକ୍ଷ୍ୟରେ ତୁର୍କୀ ପକ୍ଷରୁ ଗତ ଶନିବାର ବିମାନ ଆକ୍ରମଣ କରାଯାଇଥିଲା। ଏଥିରେ କିଛି ସିରିଆ ଅଧିବାସୀ ପ୍ରାଣ ହରାଇଥିଲେ। ପୁନର୍ବାର ରବିବାର ଦିନ ତୁର୍କି ପକ୍ଷରୁ ହୋଇଥିବା ସୈନ୍ୟ ଅଭିଯାନରେ ଆଫ୍ରିନ ଏବଂ ଏହାର ଆଖପାଖ ଅଞ୍ଚଳର କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ରବିବାରର ଏହି ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଥିବା କୁର୍ଦିସ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଏବଂ ମହିଳା ସାମିଲ ଥିବା ଜଣାପଡିଛି। ତେବେ ତୁର୍କୀର ରାଷ୍ଟ୍ରପତି ରେସେପ ତାଇପ ଏର୍ଦୋଗାନ ଏହି ସେନା ଅଭିଯାନକୁ ରାଷ୍ଟ୍ରୀୟ ସଂଘର୍ଷ ଭାବେ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe