Mint
ନୂଆଦିଲ୍ଲୀ: ୧୮,୦୦୦ ଭାରତୀୟ ୟୁକ୍ରେନ ଛାଡ଼ିସାରିଛନ୍ତି। ୨୪ଘଣ୍ଟାରେ ୩୦ଟି ବିମାନରେ ଭାରତ ଫେରିଛନ୍ତି ୬,୪୦୦ଜଣ। ଆଜି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହା କହିଛନ୍ତି। ସେ ଦେଇଥିବା ସୂଚନା ମୁତାବକ, ଏପର୍ଯ୍ୟନ୍ତ ମୋଟ ୧୮ ହଜାର ଭାରତୀୟ ୟୁକ୍ରେନ ଛାଡିଛନ୍ତି। ଅପରେସନ୍ ଗଙ୍ଗାର ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗୋଟିଏ ଦିନରେ ୩ହଜାର ଭାରତୀୟଙ୍କୁ ୧୫ଟି ବିମାନ ମାଧ୍ୟମରେ ଭାରତ ଅଣାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୩୦ଟି ବିମାନରେ ୬,୪୦୦ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ଏହି ସୂଚନା ଦେବା ସହ ସଙ୍କଟ ସମୟରେ ସହାୟତା ପାଇଁ ସେ ୟୁକ୍ରେନ ଏବଂ ଏହାର ପଡୋଶୀ ଦେଶମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
zeenewsବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଆସନ୍ତାକାଲି ପାଇଁ ୧୫ଟି ଏବଂ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୮ଟି ବିମାନ ଉଡ଼ାଣ ନେଇ ସ୍ଥିର ହୋଇଛି। ରୋମାନିଆର ଏକ ନୂତନ ସ୍ଥାନ ସୁଚିଆବା ଚିହ୍ନଟ କରାଯାଇଛି ଯେଉଁଠାରୁ ବିମାନ ମାଧ୍ୟମରେ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯିବ। ଅଧିକରୁ ଅଧିକ ଭାରତୀୟଙ୍କୁ ଫେରାଇଆଣିବା ହିଁ ମନ୍ତ୍ରାଳୟର ପ୍ରୟାସ। ଭାରତୀୟଙ୍କ ପାଇଁ ସେଠାରେ ଖାଦ୍ୟ ଏବଂ ରହିବାର ବ୍ୟବସ୍ଥା କରାଯାଉଛି। ଆଗାମୀ ୨-୩ ଦିନ ମଧ୍ୟରେ ଆମେ ଅଧିକ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବୁ।
ତେବେ ଖାର୍କିବର ଫସିଥିବା ଭାରତୀୟଙ୍କୁ ତୁରନ୍ତ ଏକ ଫର୍ମ ପୂରଣ କରିବା ପାଇଁ କହିଛି ଦୂତାବାସ। ଫର୍ମରେ ନମ୍ବର, ଇମେଲ ଆଇଡି, ଖାର୍କିବରେ ଫସିଥିବା ସ୍ଥାନର ଠିକଣା, ଏବଂ ସାଥୀରେ ଥିବା ଭାରତୀୟଙ୍କ ବିଷୟରେ ଲେଖିବାକୁ କୁହାଯାଇଛି।
Follow Us