୨୦ ବର୍ଷରେ ୧୮୮୮ ହାଜତ ମୃତ୍ୟୁ: କେବଳ ୨୬ ପୁଲିସ ଦୋଷୀସାବ୍ୟସ୍ତ ହୋଇଛନ୍ତି

ଛିନ୍‌ତାଇ ଅଭିଯୋଗରେ ଯୁବକଙ୍କୁ ୨ ବର୍ଷ ଜେଲ୍

The Statesman

ନୂଆଦିଲ୍ଲୀ: ଗତ ୨୦ ବର୍ଷ ମଧ୍ୟରେ ଦେଶରେ ୧,୮୮୮ ହାଜତ ମୃତ୍ୟୁ ହୋଇଛି। ୮୯୩ ପୁଲିସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ୩୫୮ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛି। କିନ୍ତୁ ଏହି ସମୟ ମଧ୍ୟରେ ହାଜତ ମୃତ୍ୟୁ ମାମଲାରେ ମାତ୍ର ୨୬ ଜଣ ପୁଲିସ କର୍ମୀ ଦୋଷୀସାବ୍ୟସ୍ତ ହୋଇଛନ୍ତି। ୨୦୦୧ରୁ ୨୦୨୦ ମସିହା ମଧ୍ୟରେ ଏନ୍‌ସିଆରବିର ବାର୍ଷିକ ଅପରାଧ ରିପୋର୍ଟରୁ ଏହା ଜଣାପଡ଼ିଛି। ନିକଟରେ ଉତ୍ତରପ୍ରଦେଶ କସଗଂଜ ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକ ଅଲତଫ୍‌ଙ୍କ ମୃତ୍ୟୁ ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି।

ଏନ୍‌ସିଆରବି ତଥ୍ୟ ଅନୁଯାୟୀ ୨୦୦୬ରେ ସର୍ବାଧିକ ୧୧ ଜଣ ପୁଲିସ ହାଜତ ମୃତ୍ୟୁ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ଉତ୍ତରପ୍ରଦେଶର ଏବଂ ୪ ଜଣ ମଧ୍ୟପ୍ରଦେଶର। ୨୦୨୦ରେ ୭୬ ହାଜତ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ସର୍ବାଧିକ ୧୫ ହାଜତ ମୃତ୍ୟୁ ହୋଇଥିଲା। ହାଜତ ମୃତ୍ୟୁ ମାମଲାରେ ଗତବର୍ଷ ‌କେହି ଜଣେ ହେଲେ ଦୋଷୀସାବ୍ୟସ୍ତ ହୋଇନାହାନ୍ତି। ୨୦୧୭ ମସିହାର ଏନ୍‌ସିଆରବି ହାଜତ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ପୁଲିସଙ୍କ ବାବଦରେ ତଥ୍ୟ ପ୍ରଦାନ କରିଛି। ଗତ ୪ ବର୍ଷ ମଧ୍ୟରେ ୯୬ ପୁଲିସ ଗିରଫ ହେଲେଣି। ଏନ୍‌ସିଆରବି ହାଜତ ମୃତ୍ୟୁକୁ ୨ ଭାଗରେ ବିଭକ୍ତ କରିଛି। ଏନ୍‌ସିଆରବି ତଥ୍ୟ ଅନୁଯାୟୀ ରିମାଣ୍ଡରେ ଥାଇ ୧୧୮୫ ଜଣଙ୍କ ହାଜତ ମୃତ୍ୟୁ ହୋଇଥିବା ବେଳେ ଅନ୍ୟପକ୍ଷରେ ବିନା ରିମାଣ୍ଡରେ ୭୦୩ ଜଣଙ୍କ ହାଜତ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe