କୋଲକାତା: ବୁଧବାର ରାତିରେ ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭଙ୍ଗାରୁଜା ଓ ହିଂସା ଉପୁଜିଥିଲା। ଏହି ଘଟଣାରେ କୋଲକାତା ପୁଲିସ ଏଯାବତ ୧୯ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କୁ ପୁଲିସ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ହାଜତକୁ ନେଇଛି। ଉଲ୍ଲେଖଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଇମର୍ଜେନ୍ସି ୱାର୍ଡ, ନର୍ସିଂ ଷ୍ଟେସନ, ମେଡିସିନ ଷ୍ଟୋର ଏବଂ ଓପିଡ଼ିର କିଛି ଅଂଶ ଭଙ୍ଗାରୁଜା କରିଥିଲେ। ହିଂସାରେ ପୁଲିସ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ଇତିମଧ୍ୟରେ କୋଲକାତା ପୁଲିସ କମିସନର ସ୍ବୀକାର କରିଛନ୍ତି ଯେ ସୁରକ୍ଷା ତ୍ରୁଟି ଯୋଗୁଁ ହସ୍ପିଟାଲରେ ଭଙ୍ଗାରୁଜା ହେଲା। ଅନ୍ୟପକ୍ଷେ ସିବିଆଇ ଆର୍ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଅଟକ ରଖି ଜେରା କରିଥିବା ଜଣାପଡ଼ିଛି।
ଆକ୍ରମଣ ଘଟଣାରେ ୧୯ ଗିରଫ: ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ଜେରା
Advertisment
Follow Us