Image Courtesy of The Times of India
ତେହେରାନ୍: ଇରାନର ରାଜଧାନୀ ତେହେରାନ୍ର ଉତ୍ତରାଞ୍ଚଳରେ ମଙ୍ଗଳବାର ଦିନ ଏକ ମେଡିକାଲ୍ କ୍ଲିନିକ୍ରେ ବିସ୍ଫୋରଣ ଘଟି ଊଣେଇଶ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଛଅଜଣ ଆହତ ହୋଇଥିବା କଥା ରାଷ୍ଟ୍ରାୟାତ ଗଣମାଧ୍ୟମ ‘ଆଇଆର୍ଆଇବି’ କହିଛି।
ତେହେରାନ୍ର ଡେପ୍ୟୁଟି ଗଭର୍ଣ୍ଣର୍ ହମିଦ ରେଜା ଗୌଡ଼ାର୍ଜି ରାଷ୍ଟ୍ରାୟତ ଟେଲିଭିଜନ୍କୁ କହିଛନ୍ତି ଯେ, ଗ୍ୟାସ୍ ଲିକ୍ ଯୋଗୁଁ ବିସ୍ଫୋରଣ ଘଟିଛି।
ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ହୋଇଥିବା ଏକ ଭିଡିଓରୁ ଦେଖାଯାଉଛି ଯେ, ଉତ୍ତର ତେହେରାନ୍ର ସେ ସ୍ଥାନରେ ଏକାଧିକ ବିସ୍ଫୋରଣ ଘଟୁଛି। ଅନ୍ୟ ଏକ ଭିଡିଓରେ ଦେଖାଯାଉଛି, ଅଗ୍ନିଶମ ସେବା ବାହିନୀ ଶିଡ଼ି ଯୋଗେ ଅଟ୍ଟାଳିକାର ଛାତ ଉପରକୁ ଯାଉଛନ୍ତି। କିନ୍ତୁ, ସେ ଭିଡିଓଗୁଡ଼ିକର ସତ୍ୟାସତ୍ୟ ପରୀକ୍ଷା କରାଯାଇ ନାହିଁ।
Image Courtesy of AP Newsବିସ୍ଫୋରଣ ଯୋଗୁଁ ଲାଗିଥିବା ନିଆଁ ଲିଭାଇ ଦିଆଯାଇଛି ବୋଲି ତେହେରାନ୍ ଦମକଳ ବିଭାଗର ମୁଖପାତ୍ର ଜଲାଲ୍ ମାଲେକି ରାଷ୍ଟ୍ରାୟତ ଟେଲିଭିଜନ୍ରେ କହିଛନ୍ତି।
ମୁଖ୍ୟତଃ ଛୋଟ ଛୋଟ ଅସ୍ତ୍ରୋପଚାର ଏବଂ ମେଡିକାଲ୍ ଇମେଜିଙ୍ଗ୍ କରୁଥିବା ଉକ୍ତ କ୍ଲିନିକ୍ରେ ବିସ୍ଫୋରଣ ସମୟରେ ୨୫ଜଣ କର୍ମଚାରୀ ଥିଲେ।
ଉପ ସ୍ବାସ୍ଥ୍ୟମନ୍ତ୍ରୀ ଇରାଜ୍ ହାରିର୍ଚି ପ୍ରଥମେ ଟେଲିଭିଜନ୍ରେ କହିଥିଲେ ଯେ, ଦଶଜଣ ମହିଳା ଓ ତିନି ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି।
କିନ୍ତୁ, ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି।
Follow Us