‘ଖୋଲା ମଳତ୍ୟାଗ ମୁକ୍ତ’ ଘୋଷଣା ଖାଲି ଭାଷଣରେ; ଏବେବି ୧୯% ଭାରତୀୟ ଖୋଲାରେ ମଳତ୍ୟାଗ କରୁଛନ୍ତି: ସର୍ଭେ

Advertisment
‘ଖୋଲା ମଳତ୍ୟାଗ ମୁକ୍ତ’ ଘୋଷଣା ଖାଲି ଭାଷଣରେ; ଏବେବି ୧୯% ଭାରତୀୟ ଖୋଲାରେ ମଳତ୍ୟାଗ କରୁଛନ୍ତି: ସର୍ଭେ

Image Courtesy: News Live

ନୂଆଦିଲ୍ଲୀ: ଯଦିଓ ୨୦୧୯ରେ ନରେନ୍ଦ୍ର ମୋଦୀ ସରକାର ଭାରତକୁ ‘ଖୋଲା ମଳତ୍ୟାଗ ମୁକ୍ତ’ ଘୋଷଣା କରିଥିଲେ, ତଥାପି ୨୦୧୯-୨୧ରେ କରାଯାଇଥିବା ସର୍ବଶେଷ ଏନଏଫଏଚଏସ ସର୍ଭେରୁ ଜଣାପଡିଛି ଯେ ଏବେବି ୧୯ ପ୍ରତିଶତ ପରିବାର କୌଣସି ଶୌଚାଳୟ ସୁବିଧା ବ୍ୟବହାର କରନ୍ତି ନାହିଁ।

ତେବେ ଖୋଲାରେ ମଳତ୍ୟାଗ କରୁଥିବା ପରିବାରର ପ୍ରତିଶତ ୨୦-୧୫-୧୬ରେ ୩୯ ପ୍ରତିଶତ ରହିଥିବା ବେଳେ ୨୦୧୯-୨୧ରେ ୧୯ ପ୍ରତିଶତକୁ ହ୍ରାସ ପାଇଛି ବୋଲି ରିପୋର୍ଟରେ କୁହାଯାଇଛି। ବିହାରରେ ଶୌଚାଳୟ ସୁବିଧା (୬୨ ପ୍ରତିଶତ) ସର୍ବନିମ୍ନ, ଏହା ପରେ ଝାଡ଼ଖଣ୍ଡ (୭୦ ପ୍ରତିଶତ) ଏବଂ ଓଡ଼ିଶା (୭୧ ପ୍ରତିଶତ) ପରିବାରଙ୍କ ନିକଟରେ ରହିଛି।

publive-image Image Courtesy: News Live

ଏନଏଫଏଚଏସ ସର୍ଭେରେ ଜାଣିବାକୁ ମିଳିଛି ଯେ ୬୯ ପ୍ରତିଶତ ପରିବାର ଏକ ଉନ୍ନତ ପରିମଳ ସୁବିଧା ବ୍ୟବହାର କରନ୍ତି; ଯାହାକି ଅନ୍ୟ ପରିବାର ସହିତ ଅଂଶୀଦାର ହୋଇନାହିଁ ଏବଂ ଆଠ ପ୍ରତିଶତ ଏକ ସୁବିଧା ବ୍ୟବହାର କରନ୍ତି ଯାହା ଅନ୍ୟ ପରିବାର ସହ ଅଂଶୀଦାର ହେଲେବି ଉନ୍ନତ ବୋଲି ବିବେଚନା କରାଯିବ।
ରିପୋର୍ଟରେ କୁହାଯାଇଛି, ୧୯ ପ୍ରତିଶତ ପରିବାରର କୌଣସି ପ୍ରକାରର ଶୌଚାଳୟ ସୁବିଧା ନାହିଁ, ଯାହାର ଅର୍ଥ ହେଉଛି ସଂପୃକ୍ତ ପରିବାରର ସଦସ୍ୟମାନେ ଖୋଲାରେ ମଳତ୍ୟାଗ କରନ୍ତି।
୮୩% ପରିବାର ଶୌଚାଳୟ ସୁବିଧା ପାଇଛନ୍ତି। ୬୯ ପ୍ରତିଶତ ଭାରତୀୟ ପରିବାର ଉନ୍ନତ ଶୌଚାଳୟ ସୁବିଧା ବ୍ୟବହାର କରନ୍ତି।

ସର୍ଭେରୁ ଜଣାପଡିଛି ଯେ ୭ ପ୍ରତିଶତ ଗ୍ରାମୀଣ ପରିବାର ତୁଳନାରେ ୧୧ ପ୍ରତିଶତ ସହରୀ ପରିବାର ଏକ ଅଂଶୀଦାର ସୁବିଧା ଥିବା ଶୌଚାଳୟ ବ୍ୟବହାର କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe