ଆମେରିକା ସ୍ତବ୍ଧ: ସ୍କୁଲ୍‌ରେ ପଶି ଗୁଳିମାଡ଼, ୧୯ ଶିଶୁ ମୃତ

Advertisment
ଆମେରିକା ସ୍ତବ୍ଧ: ସ୍କୁଲ୍‌ରେ ପଶି ଗୁଳିମାଡ଼, ୧୯ ଶିଶୁ ମୃତ

The New York Times

ୱାସିଂଟନ୍‌  : ଆମେରିକାର ଟେକ୍ସାସ୍‌ ରବ୍‌ ‌ଏଲିମେଣ୍ଟାରି ସ୍କୁଲ୍‌ରେ ପଶି ଜଣେ ୧୮ ବର୍ଷୀୟ ଯୁବକ ଆଖିବୁଜା ଗୁଳିମାଡ଼ କରିବାରୁ ୧୯ ଶିଶୁଙ୍କ ସମେତ ମୋଟ୍‌ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି। ଆକ୍ରମଣକାରୀ ସ୍କୁଲ୍‌ର ଗୋଟିଏ କକ୍ଷକୁ ଟାର୍ଗେଟ୍‌ କରିଥିଲା ଏବଂ ଅଚାନକ କକ୍ଷ ମଧ୍ୟରେ ଧସେଇ ପଶି ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ। ସ୍କୁଲ୍‌ରେ ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ଗ୍ରେଡ୍‌ର ଶିଶୁ ପାଠ ପଢ଼ୁଥିଲେ। ସମସ୍ତଙ୍କ ବୟସ ୭ରୁ ୧୦ ବର୍ଷ ମଧ୍ୟରେ। ଦୁଇ ଜଣ ଶିକ୍ଷକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଗୁଳି ଚଳାଇଥିବା ସାଲ୍‌ଭାଡର ରାମୋସ୍‌ ପ୍ରଥମେ ନିଜ ଜେଜେ ମା’କୁ ଗୁଳି କରିବା ପରେ ସ୍କୁଲ୍‌ ପରିସରରେ ଯାଇ ପହଞ୍ଚିଥିଲା ଏବଂ ଗୋଟିଏ ଶ୍ରେଣୀ କକ୍ଷକୁ ଟାର୍ଗେଟ୍‌ କରି ଗୁଳିବର୍ଷା କରିଥିଲା।

୨୦୧୨ ପରେ ଏହା ସବୁଠାରୁ ବଡ଼ ଗୁଳିକାଣ୍ଡ ଘଟଣା। ତେବେ ଚଳିତ ବର୍ଷ ପ୍ରଥମ ୫ ମାସ ମଧ୍ୟରେ ଏହା ଆମେରିକାରେ୧୯୯ତମ ଗଣ ଗୁଳିକାଣ୍ଡ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଉକ୍ତ ଗୁଳିକାଣ୍ଡ ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଆମେରିକାର ବନ୍ଧୁକ ନୀତିରେ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି। ପୀଡ଼ିତ ପରିବାରଙ୍କୁ ଗଭୀର ସମବେଦନା ଜଣାଇ ଏବେ କଠୋର କାର୍ଯ୍ୟାନୁଷ୍ଠାନ ସମୟ ଆସିଯାଇଛି ବୋଲି ସେ କହିଛନ୍ତି। ଆମେରିକାରେ ଗନ୍‌ ଲବି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe