ଅସାମ୍ବିଧାନିକ ଆଚରଣ ଯୋଗୁଁ ଏକ ସପ୍ତାହ ପାଇଁ ରାଜ୍ୟସଭାରୁ ନିଲମ୍ବିତ ହେଲେ ୧୯ବିରୋଧୀ ସାଂସଦ

Advertisment
ଅସାମ୍ବିଧାନିକ ଆଚରଣ ଯୋଗୁଁ ଏକ ସପ୍ତାହ ପାଇଁ ରାଜ୍ୟସଭାରୁ ନିଲମ୍ବିତ ହେଲେ ୧୯ବିରୋଧୀ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାର ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିଥିବାରୁ ବିରୋଧୀ ଦଳର ୧୯ଜଣ ସାଂସଦଙ୍କୁ ଏକ ସପ୍ତାହ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି।

ସୂଚନାନୁସାରେ, ବିରୋଧୀ ଦଳର ସାଂସଦମାନେ ରାଜ୍ୟସଭାରେ ମୁଦ୍ରାସ୍ଫୀତି ନେଇ ସରକାରଙ୍କ ନୀତିକୁ ସମାଲୋଚନା କରି ଏହାକୁ ବିରୋଧ କରିଥିଲେ। ମଙ୍ଗଳବାର ଦିନ ରାଜ୍ୟସଭାରେ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହେବା ପରେ ବିରୋଧୀ ସାଂସଦମାନେ ମୁଦ୍ରାସ୍ଫୀତି ଉପରେ ନିଜର ଅଭିଯୋଗ କହିବା ଆରମ୍ଭ କରିଥିଲେ। ଗୃହ ଭିତରେ ସ୍ଲୋଗାନ ଦେଇ ବିରୋଧୀ ସାଂସଦମାନେ ପ୍ରତିବାଦ କରୁଥିବା ବେଳେ ବାରମ୍ବାର ନିଜ ଆସନରେ ବସିବାକୁ ଅନୁରୋଧ କରାଯାଇଥିଲେ ବି ସେମାନେ ଶୁଣି ନଥିଲେ। ଏହି କାରଣରୁ ବିରୋଧୀ ଦଳର ୧୯ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଏକ ସପ୍ତାହ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ୧୯ଜଣଙ୍କ ମଧ୍ୟରେ ଅଛନ୍ତି ମୁରଲୀଧରନ୍, ହକ୍, ସେନ୍, ଅବୀର ବିଶ୍ବାସ, ମୌସାମ ନୁର, ସୁସ୍ମିତା ଦେବ, ଶାନ୍ତା ଛେତ୍ରୀ, ମହମ୍ମଦ ଅବଦୁଲ୍ଲା, ଏ.ଏ. ରହୀମ, ଏଲ ଯାଦବ ଏବଂ ଭି ସିବଦସନ।

ଏହା ପୂର୍ବରୁ ଗତକାଲି ଦରଦାମ ବୃଦ୍ଧିକୁ ନେଇ ସଂସଦରେ  ବିରୋଧୀ ଦଳ ସାଂସଦମାନେ ହଙ୍ଗାମା କରିବାରୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏହି କାରଣରୁ ଲୋକସଭା ବାଚସ୍ପତି ଓମ୍ ବିରଲା ସୋମବାରଦିନ ୪ କଂଗ୍ରେସ ସାଂସଦ ମଣିକମ ଟାଗୋର, ରମ୍ୟା ହରିଦାସ, ଜ୍ୟୋତିମଣି ଓ ଟିଏନ ପ୍ରତାପନଙ୍କୁ ଲୋକସଭାରୁ ନିଲମ୍ବିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe