ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସର ଇଷ୍ଟ୍ ରୁମ୍ରେ ୧୯ ଜଣ ସେଲିବ୍ରିଟିଙ୍କୁ ରାଷ୍ଟ୍ରପତି ପଦକ ସର୍ବୋଚ୍ଚ ନାଗରିକ ସମ୍ମାନ ମେଡାଲ ଅଫ୍ ଫ୍ରିଡମ୍ ପ୍ରଦାନ କରିଛନ୍ତି। ରାଜନୀତି, କ୍ରୀଡା, ମନୋରଞ୍ଜନ, ନାଗରିକ ଅଧିକାର, ଏଲଜିବିଟିକ୍ୟୁ ଅଧିକାର ଏବଂ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ପୂର୍ବତନ ବୈଦେଶିକ ସଚିବ ହିଲାରି କ୍ଲିଣ୍ଟନ, ଡେମୋକ୍ରାଟିକ୍ ସମାଜସେବୀ ଜର୍ଜ ସୋରୋସ, ଅଭିନେତା-ନିର୍ଦ୍ଦେଶକ ଡେନଜେଲଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ନିକଟ ଅତୀତରେ ଜର୍ଜ ସୋରୋସ୍ ଭାରତରେ ବହୁତ ଲୋକପ୍ରିୟ ହୋଇଥିଲେ। ସେ ଭାରତ ରାଜନୀତିରେ ପ୍ରଭାବ ପକାଇବାର ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ସୋରୋସଙ୍କ ପୁଅ ଆଲେକ୍ସ ସୋରୋସ୍ ତାଙ୍କ ପିତାଙ୍କ ତରଫରୁ ପଦକ ଗ୍ରହଣ କରିଥିଲେ।
ବାଇଡେନ ସମ୍ମାନିତ କରିଥିବା ୧୯ ପଦକ ମଧ୍ୟରୁ ଚାରି ଜଣଙ୍କୁ ମରଣୋପରାନ୍ତ ପଦକ ପ୍ରଦାନ କରାଯାଇଛି।
ଏହି ପଦକଗୁଡିକ ମିଚିଗାନର ପୂର୍ବତନ ଗଭର୍ଣ୍ଣର ଜର୍ଜ ଡବ୍ଲୁ ରୋମନି, ପୂର୍ବତନ ଆଟର୍ଣ୍ଣି ଜେନେରାଲ ତଥା ସିନେଟର ରବର୍ଟ ଏଫ କେନେଡି, ପୂର୍ବତନ ପ୍ରତିରକ୍ଷା ସଚିବ ଐଶ କାର୍ଟର ଏବଂ ମିସିସିପି ଫ୍ରିଡମ ଡେମୋକ୍ରାଟିକ୍ ପାର୍ଟିର ପ୍ରତିଷ୍ଠାତା ତଥା ୧୯୬୫ର ଭୋଟିଂ ଅଧିକାର ଅଧିନିୟମର ପ୍ରତିଷ୍ଠାତା ଫାନି ଲୁ ହେମରଙ୍କୁ ପ୍ରଦାନ କରାଯାଇଛି।
ଏହି ପୁରସ୍କାର ଗ୍ରହଣ କରୁଥିବା ବିଶିଷ୍ଟ ସମାଜସେବୀଙ୍କ ମଧ୍ୟରେ ସ୍ପେନୀୟ-ଆମେରିକୀୟ ରୋଷେୟା ଜୋସ୍ ଆଣ୍ଡ୍ରେସ୍ ଅଛନ୍ତି। ଯାହାଙ୍କର ୱାର୍ଲ୍ଡ ସେଣ୍ଟ୍ରାଲ୍ କିଚେନ୍ ଦାନ ବିଶ୍ୱର ଅନ୍ୟତମ ମାନ୍ୟତା ପ୍ରାପ୍ତ ଖାଦ୍ୟ ରିଲିଫ୍ ସଂଗଠନ ଅଟେ। ବୃତ୍ତିଗତ ଫୁଟବଲ ଖେଳାଳି ଲିଓନେଲ ମେସି ଏହି ସମ୍ମାନ ଗ୍ରହଣ କରିଥିଲେ, ଯଦିଓ ସେ ନିଜେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ।
ଅନ୍ୟ ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଲସ୍ ଆଞ୍ଜେଲସ୍ ଲେକ୍ସର୍ ବାସ୍କେଟବଲ୍ କିମ୍ବଦନ୍ତୀ ତଥା ବ୍ୟବସାୟୀ ଇରଭିନ ମ୍ୟାଜିକ୍ ଜନସନ, ଅଭିନେତା ମାଇକେଲ ଜେ. ଫକ୍ସ, ସଂରକ୍ଷଣବାଦୀ ଜେନ ଗୁଡାଲ, ଭୋଗ ମାଗାଜିନର ଦୀର୍ଘ ଦିନର ସମ୍ପାଦକ ଆନ୍ନା ୱିଣ୍ଟୁର, ଆମେରିକୀୟ ଫ୍ୟାଶନ ଡିଜାଇନର୍ ରାଲ୍ଫ ଲରେନ୍, ଆମେରିକୀୟ ଚଳଚ୍ଚିତ୍ର ପ୍ରତିଷ୍ଠାନର ପ୍ରତିଷ୍ଠାତା ଜର୍ଜ ଷ୍ଟିଭେନ୍ସ ଜୁନିୟର, ଏଲଜିବିଟିକ୍ୟୁ କାର୍ଯ୍ୟକର୍ତ୍ତା ଟିମ୍ ଗିଲ୍, କାଲାଉଲ୍ ଗ୍ରୁପ୍ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଫାର୍ମର ସହ-ପ୍ରତିଷ୍ଠାତା ଡେଭିଡ୍ ରୁବେନ୍ଷ୍ଟିନ୍ ପ୍ରମୁଖ ରହିଛନ୍ତି।
ଗତ ବର୍ଷ ବାଇଡେନ ସ୍ୱର୍ଗତ ମେଡଗାର ଏଭର୍ସ, ହାଉସ ବାଚସ୍ପତି ଏମରିଟା ନାନସୀ ପେଲୋସି, ଦକ୍ଷିଣ କାରୋଲିନାର ପ୍ରତିନିଧୀ ଜେମ୍ସ କ୍ଲିବର୍ନ ଏବଂ ଅଭିନେତ୍ରୀ ମିସେଲ ୟୋହଙ୍କ ସମେତ ୧୯ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରିଥିଲେ। କଂଗ୍ରେସର ଅନୁସନ୍ଧାନ ସେବା ଅନୁଯାୟୀ ୧୯୬୩ ରୁ ୨୦୨୪ ମଧ୍ୟରେ ରାଷ୍ଟ୍ରପତି ପଦକ ୬୫୪ ଥର ପ୍ରଦାନ କରାଯାଇଛି। ମେଡାଲ ଅଫ୍ ଫ୍ରିଡମ୍ ପଦକ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଡକ୍ଟର ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିୟର, ମାୟା ଆଞ୍ଜେଲୋ ଏବଂ ମଦର ଟେରେସାଙ୍କ ନାମ ରହିଛି।
ହ୍ବାଇଟ ହାଉସ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ, ମେଡାଲ ଅଫ୍ ଫ୍ରିଡମତ ପ୍ରାପ୍ତକର୍ତ୍ତା ଆମେରିକାର ସମୃଦ୍ଧତା, ମୂଲ୍ୟବୋଧ କିମ୍ବା ସୁରକ୍ଷା, ବିଶ୍ୱ ଶାନ୍ତି କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମାଜିକ, ଜନସାଧାରଣ କିମ୍ବା ବେସରକାରୀ ପ୍ରୟାସରେ ସହଯୋଗ କରିଛନ୍ତି। ବାଇଡେନଙ୍କ ରାଷ୍ଟ୍ରପତି ପଦବୀ ଆଉ କିଛି ଦିନ ବାକି ଅଛି। ହ୍ବାଇଟ ହାଉସ ଛାଡିବା ପୂର୍ବରୁ ସେ ପୁରସ୍କାର ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ପରାଜୟ ପାଇଁ ୫ ଦାୟୀ: ପ୍ରତ୍ୟେକ ଇନିଂସରେ ବିଫଳ
ବାଇଡେନ ତାଙ୍କ ଅଭିଭାଷଣରେ କହିଛନ୍ତି, 'ଆମ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରି ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି। ଯେଉଁମାନେ ଆମେରିକାର ସଂସ୍କୃତି ଏବଂ ଉଦ୍ଦେଶ୍ୟ ଗଠନ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଆପଣାମନେ ଯାହା କରିଛନ୍ତି ସେଥିପାଇଁ ମୁଁ ତୁମ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ଭାରତର ଲଜ୍ଜାଜନକ ପରାଜୟ: ୧୦ବର୍ଷପରେ ଅଷ୍ଟ୍ରେଲିଆ ହାତରେ ବର୍ଡର-ଗାଭାସ୍କର ଟ୍ରଫି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)