କେରଳରେ ନୋରୋଭାଇରସ୍‌, ଏର୍ନାକୁଲମରେ ୧୯ ଛାତ୍ର ସଂକ୍ରମିତ

Advertisment
କେରଳରେ ନୋରୋଭାଇରସ୍‌, ଏର୍ନାକୁଲମରେ ୧୯ ଛାତ୍ର ସଂକ୍ରମିତ

Business Today

ତିରୁଅନନ୍ତପୁରମ: ‌କେରଳରେ ଏବେ ନୋରୋଭାଇରସ୍‌ ଆତଙ୍କ ଖେଳାଇ ଦେଇଛି। ଏର୍ନାକୁଲମ ‌ଜିଲ୍ଲାର କକ୍କନାଡ଼ରେ ଏକ ସ୍କୁଲ୍‌ର ୧୯ ଜଣ ଛାତ୍ର ନୋରଭାଇରସରେ ସଂକ୍ରମିତ ହୋଇଛନ୍ତି। କିଛି ଅଭିଭାବକ ମଧ୍ୟ ନୋରଭାଇରସରେ ସଂକ୍ରମିତ ଥିବା ଜଣାପଡ଼ିଛି ।

ଉକ୍ତ ଭାଇରସ୍‌କୁ ନେଇ ଭୟ ବଢ଼ିବାପରେ ଏର୍ନାକୁଲମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଅନଲାଇନ କ୍ଲାସ ଆରମ୍ଭ ହୋଇଛି। ଜିଲ୍ଲାର ଜଣେ ବରିଷ୍ଠ ମେଡିକାଲ ଅଧିକାରୀଙ୍କ ଅନୁଯାୟୀ ମୋଟ୍‌ ୬୧ ଛାତ୍ର ଏବଂ କିଛି ଅଭିଭାବକଙ୍କ ଠାରେ ନୋରଭାଇରସ୍‌ର ଲକ୍ଷଣ ଦେଖାଦେବାପରେ ଟେଷ୍ଟ୍‌ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧ୍ୟ ତିରୁଅନନ୍ତପୁରମରେ ୨ ଜଣ ଶିଶୁ ଏହି ଭାଇରସ‌ରେ ସଂକ୍ରମିତ ହୋଇଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ନୋରୋଭାଇରସ୍‌ ଅତି ମାତ୍ରାରେ ସଂକ୍ରାମକ। ନୋରୋଭାଇରସରେ ସଂକ୍ରମିତ ହେଲେ ଡାଇରିଆ ଏବଂ ବାନ୍ତି ହୁଏ। ଅସୁସ୍ଥତା ହଠାତ ଆରମ୍ଭ ହୁଏ ଏବଂ ପେଟ କାଟିବା ସହ ଝାଡ଼ାବାନ୍ତି ଆରମ୍ଭ ହୋଇଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe