୭ଦିନରେ ୧୯ ବର୍ଷୀୟା ଯୁବତୀଙ୍କୁ ୨୩ ଜଣଙ୍କ ଗଣଦୁଷ୍କର୍ମ, ୬ ଗିରଫ

Advertisment

ବାରାଣସୀର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ୭ ଦିନ ମଧ୍ୟରେ ୨୩ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ମହିଳା ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସରେ ଅଭିଯୋଗ କରାଯାଇଥିଲା।

ବାରାଣସୀର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ୭ ଦିନ ମଧ୍ୟରେ ୨୩ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ମହିଳା ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସରେ ଅଭିଯୋଗ କରାଯାଇଥିଲା।

arrest

ବାରାଣସୀ: ବାରାଣସୀର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ୭ ଦିନ ମଧ୍ୟରେ ୨୩ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ମହିଳା ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସରେ ଅଭିଯୋଗ କରାଯାଇଥିଲା। ପାଣ୍ଡେପୁର ଲାଲପୁର ଥାନା ଅନ୍ତର୍ଗତ ଏକ ଅଞ୍ଚଳର ବାସିନ୍ଦା ଏହି ମହିଳା ମାର୍ଚ୍ଚ ୨୯ ତାରିଖରୁ ନିଖୋଜ ଥିଲେ। ଏପ୍ରିଲ ୪ ତାରିଖରେ ଫେରିବା ପରେ ସେ ଅଭିଯୋଗ କରିଛନ୍ତି ଯେ, ସେ ଜଣେ ବନ୍ଧୁଙ୍କ ଘରକୁ ଯାଇଥିବା ବେଳେ ୨୩ ଜଣ ବ୍ୟକ୍ତି ତାଙ୍କୁ ବନ୍ଦୀ କରି ରଖି ବାରମ୍ବାର ଯୌନ ନିର୍ଯାତନା ଦେଇଥିଲେ।

ଏନେଇ ବରୁଣା ଜୋନ୍ ଡିସିପି ଚନ୍ଦ୍ରକାନ୍ତ ମିନା କହିଛନ୍ତି, ତାଙ୍କ ମା’ଙ୍କ ଅଭିଯୋଗକ୍ରମେ ଏତଲା ରୁଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବିଏନ୍‌ଏସର ଧାରା ୭୦(୧) (ଗଣଦୁଷ୍କର୍ମ), ୭୪ (ବିଷ କିମ୍ବା କ୍ଷତିକାରକ ପଦାର୍ଥ ପ୍ରୟୋଗ),  ୧୨୭(୨) (ଜବରଦସ୍ତ ଅଟକ ରଖିବା) ଏବଂ ୩୫୧(୨) (ଆପରାଧିକ ଧମକ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପ୍ରାଥମିକ ତଦନ୍ତ ପରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଅଧିକ ଆଇନଗତ ପ୍ରକ୍ରିୟା ଜାରି ରହିଛି ବୋଲି ଏସିପି ବିଦୁଷ ସାକ୍ସେନା କହିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe