ଫାଶୀ ଦେଇ ମଲେ ‘ନିଟ୍‌’ରେ ୨ଥର ଫେଲ୍‌ ହୋଇଥିବା ୧୯ ବର୍ଷିୟ ଛାତ୍ର: ପୁତ୍ରଶୋକରେ ବାପା ବି ଲଗାଇଲେ ଫାଶୀ

Advertisment
ଫାଶୀ ଦେଇ ମଲେ ‘ନିଟ୍‌’ରେ ୨ଥର ଫେଲ୍‌ ହୋଇଥିବା ୧୯ ବର୍ଷିୟ ଛାତ୍ର: ପୁତ୍ରଶୋକରେ ବାପା ବି ଲଗାଇଲେ ଫାଶୀ

ଚେନ୍ନାଇ: ଡାକ୍ତରୀ ପଢ଼ିବାକୁ ଆଶାୟୀ ଜଣେ ୧୯ ବର୍ଷିୟ ଛାତ୍ର ଚେନ୍ନାଇ ଅନ୍ତର୍ଗତ କ୍ରୋମ୍‌ପେଟ୍‌ ଅଞ୍ଚଳରେ ଥିବା ତାଙ୍କ ଘରେ ଶନିବାର ଦିନ ଫାଶୀ ଲଗାଇ ମରିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ଉଦ୍ଧାର କରାଯିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।

ସଂଗୃହୀତ ସୂଚନା ଅନୁସାରେ, ମୃତ ଛାତ୍ର ହେଉଛନ୍ତି ଜଗଦୀଶ୍ବରନ୍‌। ଦୁଇଥର ‘ନିଟ୍‌’ ପରୀକ୍ଷା ଦେଇ ଆବଶ୍ୟକ ନମ୍ବର ରଖି ନ ପାରି ସେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ।

publive-image Image Courtesy of NDTV

ଘଟଣାସ୍ଥଳରୁ ପୁଲିସ କୌଣସି ‘ସୁସାଇଡ୍‌‌ ନୋଟ୍‌’ ପାଇ ନ ଥିଲେ ବି ପୁଅର ମୃତ୍ୟୁ ପାଇଁ ତା’ର ବାପା ସେଲ୍‌ବାସେକର ‘ନିଟ୍‌’ ପ୍ରଶାସନକୁ ଦାୟୀ କରିଥିଲେ।

କିନ୍ତୁ, ପୁତ୍ରଶୋକରେ ଅଧୀର ହୋଇ ରବିବାର ରାତିରେ ସେ ନିଜ‌େ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଛନ୍ତି। ମୃତ୍ୟୁ ପୂର୍ବରୁ ସେଲ୍‌ବାସେକର୍‌ କହିଥିଲେ ଯେ, ତାମିଲ୍‌ନାଡୁରୁ ‘ନିଟ୍‌’କୁ ହଟାଇବା ଲାଗି ସେ ପ୍ରତିବାଦ କରିବାକୁ ପ୍ରସ୍ତୁତ ଅଛନ୍ତି।

ଏହି ଘଟଣାରେ ଶୋକ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ଏଭଳି ଚରମ ପଦକ୍ଷେପ ଗ୍ରହଣ ନ କରିବା ଲାଗି ଶିକ୍ଷାର୍ଥୀମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଜଗଦୀଶ୍ବରନ୍‌ ଓ ତା’ର ବାପା ସେଲ୍‌ବାସେକରଙ୍କ ମୃତ୍ୟୁ ପାଇଁ ମୁଁ‌ ଶୋକବ୍ୟକ୍ତ କରୁଛି। ଏହା ‘ନିଟ୍‌’ଜନିତ ଶେଷ ମୃତ୍ୟୁ ହେଉ।

ତାମିଲ୍‌ନାଡୁରେ ‘ନିଟ୍‌’କୁ ନିଷିଦ୍ଧ କରିବା ନିମନ୍ତେ ପଠାଯାଇଥିବା ‘ଚିଠା’କୁ ଅନୁମୋଦନ ଦେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ରାଜ୍ୟପାଳ ଆର୍‌. ଏନ୍‌. ରବିଙ୍କୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe