ବିନା ଦୋଷରେ ୧୯ ବର୍ଷ ଜେଲ: କ୍ଷତିପୂରଣ ଓ ଥଇଥାନ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

Advertisment
ବିନା ଦୋଷରେ ୧୯ ବର୍ଷ ଜେଲ: କ୍ଷତିପୂରଣ ଓ ଥଇଥାନ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

Mapio.net

ନୂଆଦିଲ୍ଲୀ : ବିନା ଦୋଷରେ ୧୯ ବର୍ଷ ଜେଲରେ ରହି ଖଲାସ ହୋଇଥିବା ଗରିବ ଆଦିବାସୀ ହାବଲି ସିନ୍ଧୁଙ୍କୁ କ୍ଷତିପୂରଣ ଓ ଥଇଥାନ ପାଇଁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ହାବଲିଙ୍କୁ କ୍ଷତିପୂରଣ ଏବଂ ଥଇଥାନ ନିମନ୍ତେ ଏକ ପିଟିସନ ଏନ୍‌ଏଚ୍‌ଆର୍‌ସିରେ ଦାଖଲ କରାଯାଇଥିଲା। ଗରିବ ହାବଲିଙ୍କୁ କ୍ଷତିପୂରଣ ପ୍ରଦାନ ସହ ସମାଜରେ ତାଙ୍କୁ ଉପଯୁକ୍ତ ଥଇଥାନ କରାଯାଉ ବୋଲି ଶ୍ରୀ ତ୍ରିପାଠୀ ପିଟିସନରେ ନିବେଦନ କରିଥିଲେ। ଏନ୍‌ଏଚ୍‌ଆର୍‌ସି ପିଟିସନକୁ ବିଚାରକୁ ନେଇ ଆଠ ସପ୍ତାହ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମୟୂରଭଂଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe