ନାଗପୁରରେ ନିର୍ଭୟାକାଣ୍ଡ: ଯୁବତୀଙ୍କ ମୁହଁରେ କପଡ଼ା ବାନ୍ଧି ଅଚେତ କରିବା ପରେ ଦୁଷ୍କର୍ମ କରି ଗୁପ୍ତାଙ୍ଗରେ ପୂରାଇଲା ଲୁହାରଡ଼

ନାଗପୁରରେ ନିର୍ଭୟାକାଣ୍ଡ: ଯୁବତୀଙ୍କ ମୁହଁରେ କପଡ଼ା ବାନ୍ଧି ଅଚେତ କରିବା ପରେ ଦୁଷ୍କର୍ମ କରି ଗୁପ୍ତାଙ୍ଗରେ ପୂରାଇଲା ଲୁହାରଡ଼

ultimosegundo.ig.com.br

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରର ପାରଡ଼ି ଅଞ୍ଚଳରେ ଦିଲ୍ଲୀର ନିର୍ଭୟା ଘଟଣା ଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଜଣେ ୧୯ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ଭର୍ତ୍ତି କରି ଦିଆଯାଇଥିବା ନେଇ ଥାନାରେ ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଏହି ଅଭିଯୋଗକୁ କେନ୍ଦ୍ର କରି ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ସୋମବାର ପୁଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ନାମ ଯୋଗୀଲାଲ ରାହଙ୍ଗଡାଲେ (୫୨)। ସେ ଏକ ଚର୍ଖା ମିଲ୍‌ରେ ସୁପରଭାଇଜର ଭାବେ କରୁଥିବା ଜଣାପଡ଼ିଛି।

Image result for 19-years-old-girl-teen-choked-raped shared

ନାଗପୁର ପୁଲିସର କହିବାନୁସାରେ, ଏହି ଘଟଣା ଗତ ମଙ୍ଗଳବାର ଜାନୁଆରି ୨୧ତାରିଖରେ ପାରାଡି ଥାନା ଅଞ୍ଚଳରେ ଘଟିଥିଲା। ପୀଡ଼ିତା ଯୁବତୀ, ତାଙ୍କ ଭାଇ ଓ ଦୁଷ୍କର୍ମ ଅଭିଯୁକ୍ତ ଓ ଅନ୍ୟ ଜଣେ ମହିଳା ଏକ ଭଡ଼ା ଘର କରି ରହୁଥିଲେ । ପୀଡ଼ିତାଙ୍କ ଭାଇ ଓ ତାଙ୍କ ମହିଳା ସାଙ୍ଗ କୌଣସି କାମରେ ନିଜ ଗାଁକୁ ଯାଇଥିଲେ । ଯୁବତୀ ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ବଳପୂର୍ବକ ତାଙ୍କ ମୁହଁରେ କପଡ଼ା ପୂରାଇ ଅଚେତ କରାଇଥିଲା। ଯୁବତୀ ଅଚେତ ହେବା ପରେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା। ଏତିକିରେ ତା’ର ମନ ପୂରି ନଥିଲା ଯେ ସେ ଯୁବତୀଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍‌ ଭର୍ତ୍ତି କରିଦେଇଥିଲା। ଏହାପରେ ଦୁଷ୍କର୍ମ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା।

Image result for 19-years-old-girl-teen-choked-raped News Break

ଭାଇ ଆସିବା ପରେ ଯୁବତୀ କାନ୍ଦିକାନ୍ଦି ନିଜ ସହିତ ଘଟିଥିବା ଏହି ଦୁଷ୍କର୍ମ ଘଟଣା ବିଷୟରେ ଜଣାଇଥିଲେ । ଯୁବତୀଙ୍କ ଭାଇ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଶେଷରେ ଏହି ଟିମ୍‌ ଅଭିଯୁକ୍ତକୁ କାବୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe