ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦ୍ଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁଁ ସାଉଦୀ ଆରବ, କତାର୍, କୁଏତ୍ ଆଦି ଆରବ ଦେଶସମୂହ ଭାରତକୁ ତୀବ୍ର ସମାଲୋଚନା କରୁଥିଲେ ବି ଭାରତରୁ କୁଏତ୍କୁ ୧୯୨,୦୦୦ କିଲୋଗ୍ରାମ୍ ଗୋବରଖତ ରପ୍ତାନି କରାଯାଉଥିବା କଥା କଷ୍ଟମ୍ ବିଭାଗସୂତ୍ରରୁ ଜଣାପଡ଼ିଛି।
Image Courtesy of The Freedom Pressଗୁରୁବାର ଦିନ କଷ୍ଟମ୍ ବିଭାଗର ତତ୍ତ୍ବାବଧାନରେ ପ୍ୟାକେଟ୍ କରାଯାଇ ପ୍ରଥମ ଛେକ ଗୋବରଖତ କନକପୁର ରେଳ ଷ୍ଟେସନ୍ରୁ କୁଏତ୍ ଅଭିମୁଖେ ଯାଇଛି। କୁଏତ୍ର ଏକ ଘରୋଇ କମ୍ପାନିକୁ ରପ୍ତାନି ହେଉଥିବା ଏହି ଗୋବରଖତ ଜୟପୁରସ୍ଥିତ ଏକ ଗୁହାଳରୁ ପଠାଯାଉଛି। ଏଥି ନିମନ୍ତେ ଦୁଇ ଦେଶ ମଧ୍ୟରେ ରାଜିନାମା ମଧ୍ୟ ସ୍ବାକ୍ଷରିତ ହୋଇଛି।
Image Courtesy of Zee Newsଗୋବରଖତ ସଂକ୍ରାନ୍ତରେ ସମଗ୍ର ଭାରତରେ ଗବେଷଣା ଚାଲିଛି। ଫସଲ ଉତ୍ପାଦନ ବୃଦ୍ଧି କରିବା ବ୍ୟତିରେକେ, ଗୋବରଖତ ଦିଆ ଫସଲ ଖାଇଲେ କେତେକ ରୋଗରୁ ମୁକ୍ତି ମିଳୁଛି ବୋଲି କେତେକ ଗବେଷଣାରୁ ଜଣାପଡ଼ିଲାଣି।
କୁଏତ୍ରେ ମଧ୍ୟ ଦୀର୍ଘ ଦିନ ହେବ ଗୋବରଖତ ଉପଯୋଗ କରି କରାଯାଉଥିବା ଜୈବକୃଷି ଉପରେ ଗବେଷଣା ଚାଲିଛି। କୁଏତ୍ରେ ଚାଷ ପାଇଁ ପ୍ରମୁଖ ଅସୁବିଧା ହେଉଛି ଶୁଷ୍କ ଜଳବାୟୁ ଏବଂ ପାଣି ଅଭାବ। ସେହି କାରଣରୁ କୁଏତ୍ ଗୋବରଖତ ଉପଯୋଗ କରି ଚାଷ କରିବା ଉପରେ ଗୁରୁତ୍ବାରୋପ କରିଛି।
Follow Us