ନୂଆଦିଲ୍ଲୀ: ଶୁକ୍ରବାର ରାତି ସାରା ଭାରତ ବର୍ଷ ପାଇଁ କଳା ରାତି ଥିଲା। ବାଲେଶ୍ବରର ବାହାନଗାରେ ଏକା ସାଙ୍ଗରେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ଓ ୨୬୧ଜଣକର ଜୀବନ ଚାଲିଯିବା ଖବର ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି। ୧୦୦୦ରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଏବେ ଏହି ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ତେବେ ଆପଣ ଜାଣିଛନ୍ତି କି, ୫୯ବର୍ଷ ତଳେ ମଧ୍ୟ ଭାରତରେ ଏଭଳି ଏକ ଟ୍ରେନ ଦୁର୍ଘଟଣା ଘଟିଥିଲା, ଯାହା ଆଜି ବି ଲୋକଙ୍କ ଲୋମ ଟାଙ୍କୁରି ଦିଏ। ୫୯ବର୍ଷ ତଳେ ପୂରା ଟ୍ରେନକୁ ଗିଳି ପକାଇଥିଲା ସମୁଦ୍ର। ମିଳିନଥିଲା ବଗିର ପତ୍ତା। ସମୁଦ୍ରର ଗଭୀର ପାଣିରେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ ସମସ୍ତ ଯାତ୍ରୀ। ଏହି ଘଟଣାଟି ଘଟିଥିଲା ଡିସେମ୍ବର ୨୨, ୧୯୬୪ରେ।
ସୂଚନା ମୁତାବକ, ଡିସେମ୍ବର ୧୫, ୧୯୬୪ରେ ଦକ୍ଷିଣ ଆଣ୍ଡାମାନରେ ସାମୁଦ୍ରିକ ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଥିଲା। ଏହା ପରେ ହଠାତ୍ ପାଗ ଖରାପ ହୋଇଯିବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଡିସେମ୍ବର ୨୧ସୁଦ୍ଧା ପାଗ ଏକ ଭୟଙ୍କର ରୂପ ନେଇଥିଲା। ଏହା ପରେ, ଡିସେମ୍ବର ୨୨, ୧୯୬୪ରେ ଶ୍ରୀଲଙ୍କାରୁ ସାମୁଦ୍ରିକ ବାତ୍ୟା ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଭାରତ ଆଡକୁ ଆସିଥିଲା। ତାମିଲନାଡୁର 'ପମ୍ବନ୍ ଦ୍ୱୀପ'କୁ ଧକ୍କା ଦେବା ପରେ ବାତ୍ୟା ଘଣ୍ଟା ପ୍ରତି ୨୮୦କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାକୁ ଲାଗିଲା। ସନ୍ଧ୍ୟା ୬ଟା ବେଳେ ଷ୍ଟେସନ ମାଷ୍ଟର ଆର.ସୁନ୍ଦରରାଜ ବାତ୍ୟା ଏବଂ ବର୍ଷା ମଧ୍ୟରେ ନିଜ ଡିୟୁଟି ଶେଷ କରି ଘରକୁ ଚାଲିଯାଇଥିଲେ।
/sambad/media/post_attachments/wp-content/uploads/2023/06/ସ-36-300x169.jpg)
Follow Us