୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲା : ହାଜର ପାଇଁ ୩୦ ଦିନ ମାଗିଲେ ସଜ୍ଜନ କୁମାର

Advertisment
୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲା : ହାଜର ପାଇଁ ୩୦ ଦିନ ମାଗିଲେ ସଜ୍ଜନ କୁମାର

ନୂଆଦିଲ୍ଲୀ: ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର କୋର୍ଟରେ ଆତ୍ମସମର୍ପଣ କରିବାପାଇଁ ୩୦ ଦିନ ଅଧିକ ସମୟ ‌ମାଗିଛନ୍ତି। ୭୩ ବର୍ଷୀୟ ସଜ୍ଜନ କୁମାର ଆଜି ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି ଯେ ତାଙ୍କର ୩ ପୁଅ, ଝିଅ ଏବଂ ୮ ଜଣ ନାତି ନାତୁଣୀ ଅଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ସମ୍ପତ୍ତି ସଂକ୍ରାନ୍ତ ସମସ୍ତ ଅଡ଼ୁଆ ତୁଟାଇ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ଏଥିଲାଗି ସେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି।

ଆସନ୍ତାକାଲି କୋର୍ଟ ସଜ୍ଜନଙ୍କ ଆବେଦନ ଉପରେ ଶୁଣାଣି କରିବେ। ଅନ୍ୟପକ୍ଷରେ ସଜ୍ଜନଙ୍କ ଓକିଲ ଅନିଲ ଶର୍ମା କହିଛନ୍ତି ଯେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଂଜ କରିବାପାଇଁ ଆଉ କିଛି ଦିନ ସମୟ ଲାଗିବ। ଆଜି ସଜ୍ଜନ କୁମାର ଅନ୍ୟ ଏକ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇଥିଲେ। ଗତ ଡିସେମ୍ବର ୧୭ରେ କୋର୍ଟଙ୍କ ଦଣ୍ଡାଦେଶ ପରେ ସେ ଆଜି କୋର୍ଟରେ ତାଙ୍କ ମୋବାଇଲ୍‌ ଫୋନ୍‌ ଦାଖଲ କରିଦେଇଛନ୍ତି। ତେବେ ସଜ୍ଜନଙ୍କ ଓକିଲଙ୍କ ଅନପୁସ୍ଥିତି ଯୋଗୁଁ ଆଜି ମାମଲାର ଶୁଣାଣି ହୋଇପାରିନାହିଁ। ଜାନୁଆରି ୨୨ ତାରିଖ ପର୍ଯ୍ୟନ୍ତ କୋର୍ଟ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe