ହାଇଦ୍ରାବାଦ ବିମାନ ବନ୍ଦରରୁ ୧କିଲୋ ୮୫୦ ଗ୍ରାମର ସୁନା ପେଷ୍ଟ ସହିତ ଜଣେ ଗିରଫ

ହାଇଦ୍ରାବାଦ ବିମାନ ବନ୍ଦରରୁ ୧କିଲୋ ୮୫୦ ଗ୍ରାମର ସୁନା ପେଷ୍ଟ ସହିତ ଜଣେ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶନିବାର ୧କିଲୋ ୮୫୦ ଗ୍ରାମର ସୁନା ପେଷ୍ଟ ଜବତ କରାଯାଇଛି। ଏହି ସୁନା ପେଷ୍ଟ ସହିତ ଜଣେ ଯାତ୍ରୀଙ୍କୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗିରଫ କରିଛି। ଜବତ ହୋଇଥିବା ପେଷ୍ଟରୁ ପାଖାପାଖି ୧୧୨୦.୭୮୦ ଗ୍ରାମ ସୁନା ବାହାରିବ, ଯାହାର ମୂଲ୍ୟ ୩୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଯାତ୍ରୀକୁ ଗିରଫ କରି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଯାତ୍ରୀ ଜଣକ ସୁନା ପେଷ୍ଟ ନେଇ ଯାଉଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଏବେ ଉକ୍ତ ଯାତ୍ରୀଙ୍କୁ ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଟକି ରଖି ତାଙ୍କର ସାମଗ୍ରୀ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ସମୟରେ ଉକ୍ତ ଯାତ୍ରୀଙ୍କ ନିକଟରୁ ୧କିଲୋ ୮୫୦ ଗ୍ରାମର ସୁନା ପେଷ୍ଟ ଦେଖିବା ପରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଆଶ୍ୱର୍ଯ୍ୟ ହୋଇଯାଇଥିଲେ। ଏହି ସୁନା ଯାତ୍ରୀ କେଉଁଠାରୁ ଓ କେଉଁ ଉଦ୍ଦେଶ୍ୟରେ ଆଣିଥିଲେ ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe