୨.୪୭ ଲକ୍ଷ ନୂଆ ମାମଲା: ସକ୍ରିୟ ମାମଲା ୧୧ ଲକ୍ଷ ଟପିଲା, ଓମିକ୍ରନ ୫ ହଜାର ପାର୍‌

ଦିନକରେ ସର୍ବାଧିକ ୬୨୦ ଜଣ ଚିହ୍ନଟ

ଦିଲ୍ଲୀ-ମୁମ୍ବାଇ ସଂକ୍ରମଣ ଚିନ୍ତାଜନକ: ୮ ମାସରେ ସର୍ବାଧିକ ସଂକ୍ରମଣ, ମୁମ୍ବାଇ ପଜିଟିଭ୍‌ ହାର ୨୯.୯୦%

Mint

ନୂଆଦିଲ୍ଲୀ: ଦେଶରେ ଆଜି ପ୍ରାୟ ଅଢ଼େଇ ଲକ୍ଷ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୨.୪୭ ଲକ୍ଷ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଫଳରେ ସକ୍ରିୟ ମାମଲା ୧୧ ଲକ୍ଷ ଟପି ୧୧,୧୭,୫୩୧ରେ ପହଞ୍ଚିଛି। ସେହିଭଳି ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩.୬୩ କୋଟିକୁ ବୃଦ୍ଧିପାଇଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୩.୦୮ ପ୍ରତିଶତ ଛୁଇଁଛି। ଦ୍ରୁତ ସକ୍ରମଣଶୀଳ ଓମିକ୍ରନ ୨୮ ରାଜ୍ୟକୁ ବ୍ୟାପିବା ସହ ଦେଶରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୮୮ରେ ପହଞ୍ଚିଛି। ପୂର୍ବଦିନ ତୁଳନାରେ ଆଜି ଓମିକ୍ରନ ସଂଖ୍ୟାରେ ସର୍ବାଧିକ ୬୨୦ ବୃଦ୍ଧି ଘଟିଛି। ଦକ୍ଷିଣ ଆଫ୍ରିକାରେ ଗତବର୍ଷ ନଭେମ୍ବରରେ ପ୍ରଥମେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ଡିସେମ୍ବର ୧ ତାରିଖରେ ଭାରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଦେଖିବାକୁ ମିଳିଥିଲା। ମାସେ ୧୩ ଦିନ ମଧ୍ୟରେ ଏହି ସଂଖ୍ୟା ୫ ହଜାର ପାର୍ ହୋଇଯାଇଛି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୬,୭୨୩ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୨୭ ପ୍ରତିଶତ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଯାଇଛି। ଗତକାଲି ମହାରାଷ୍ଟ୍ରରେ ୮୬ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୩୮୦ ଜଣଙ୍କ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୮୫,୦୩୫ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୮୪,୮୨୫ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୪୨,୭୫,୩୧୨କୁ ବୃଦ୍ଧି ପାଇଛି। ଦୈନିକ ପଜିଟିଭ୍‌ ହାର ୧୩.୧୧ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧୦.୮୦ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ସଂକ୍ରମଣ ଲଗାତାର ଭାବେ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ‌ବୈଠକ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe