Air India Flight: ଦିଲ୍ଲୀରେ ୨୪ ଘଣ୍ଟା ଭିତରେ ଦୁଇଟି ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ...

Advertisment

ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ଏୟାର୍ ଇଣ୍ଡିଆର ଦୁଇଟି ବିମାନରେ ଦୁର୍ଘଟଣା ଘଟିଥିଲେ ମଧ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୋଟିଏ ବିମାନର ଏପିୟୁରେ ନିଆଁ ଲାଗିବା ପରେ ଏହାକୁ ଶୀଘ୍ର ବିମାନ ବନ୍ଦରରେ ଅବତରଣ କରାଯାଇଥିଲା

ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ଏୟାର୍ ଇଣ୍ଡିଆର ଦୁଇଟି ବିମାନରେ ଦୁର୍ଘଟଣା ଘଟିଥିଲେ ମଧ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୋଟିଏ ବିମାନର ଏପିୟୁରେ ନିଆଁ ଲାଗିବା ପରେ ଏହାକୁ ଶୀଘ୍ର ବିମାନ ବନ୍ଦରରେ ଅବତରଣ କରାଯାଇଥିଲା

New Project (4)

air india Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ଏୟାର୍ ଇଣ୍ଡିଆର ଦୁଇଟି ବିମାନରେ ଦୁର୍ଘଟଣା ଘଟିଥିଲେ ମଧ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୋଟିଏ ବିମାନର ଏପିୟୁରେ ନିଆଁ ଲାଗିବା ପରେ ଏହାକୁ ଶୀଘ୍ର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଯାଇଥିବା ବେଳେ ଅନ୍ୟ ବିମାନର ଇଞ୍ଜିନ୍ ଏକ କଣ୍ଟେନରକୁ ଟାଣି ନେଇଥିଲା। ସୌଭାଗ୍ୟବଶତଃ କୌଣସି ବଡ଼ ଦୁର୍ଘଟଣା ଘଟି ନ ଥିଲା।

ଆହୁରି ପଢନ୍ତୁ- Simran Preet Panesar: ୨୦ ନିୟୁତ ଡଲାର ସୁନା ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତ ପାନେସରଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଅନୁରୋଧ କଲା କାନାଡ଼ା

ବୁଧବାର ବିଳମ୍ବିତ ରାତିରେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜାତୀୟ ରାଜଧାନୀକୁ ଫେରିଛି ବୋଲି ଅଧିକାରୀମାନେ କହିଛନ୍ତି। ବିମାନରେ ପ୍ରାୟ ୧୯୦ ଜଣ ଲୋକ ଥିଲେ। ସୂତ୍ର ଅନୁଯାୟୀ, ଡ୍ରିମଲାଇନର୍ ବିମାନକୁ ଏପିୟୁ (ଅକ୍ଜିଲାରୀ ପାୱାର ୟୁନିଟ୍)ରେ ଅଗ୍ନି ସତର୍କ ସୂଚନା ମିଳିଥିଲା, ଯାହା ପରେ ବିମାନଟି ପ୍ରାୟ ଏକ ଘଣ୍ଟା ଧରି ଆକାଶରେ ରହିବା ପରେ ଦିଲ୍ଲୀକୁ ଫେରିଥିଲା। ଯାତ୍ରୀମାନଙ୍କୁ ଏକ ବିକଳ୍ପ ବିମାନରେ ସିଙ୍ଗାପୁରକୁ ପଠାଯାଇଥିଲା। ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ଜାନୁଆରି ୧୪ରେ ଦିଲ୍ଲୀରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ବିମାନ ଏଆଇ ୨୩୮୦ ବୈଷୟିକ ତ୍ରୁଟି ହେତୁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ନିଷ୍ପତ୍ତି ନେଇଥିଲା। ବିମାନଟି ଦିଲ୍ଲୀରେ ନିରାପଦରେ ଅବତରଣ କରିଛି।

ଆହୁରି ପଢନ୍ତୁ-Army Day: ସୈନିକଙ୍କ ସ୍ଥାନ ନେଇପାରିବ ନାହିଁ ପ୍ରଯୁକ୍ତିବିଦ୍ୟା: ଜେନେରାଲ୍ ଦ୍ୱିବେଦୀ

ଅନ୍ୟ ଏକ ଘଟଣାରେ ଗୁରୁବାର ଏୟାର ଇଣ୍ଡିଆର ଏକ ବିମାନ ଇଂଜିନ ଏୟାରପୋର୍ଟରେ ଏକ କଣ୍ଟେନରକୁ ନିଜ ଭିତରକୁ ଟାଣି ନେଇଥିଲା। ଏହାଦ୍ୱାରା ଇଞ୍ଜିନ୍ ନଷ୍ଟ ହୋଇଯାଇଥିଲା। ବିମାନରେ ଥିବା ଜଣେ ଯାତ୍ରୀ ଏହି ଘଟଣାକୁ ତାଙ୍କ ମୋବାଇଲ୍ କ୍ୟାମେରାରେ କଏଦ କରିଥିଲେ। ଏହି ଘଟଣା ଉପରେ ଏୟାର ଇଣ୍ଡିଆର ବିବୃତି ପ୍ରକାଶ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe