ଲକ୍ଷ୍ନୌ: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲା ଅଧୀନ ଗୋହନିୟାରେ ଭାରତୀୟ ସମ୍ବିଧାନର ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ମାତ୍ର ୨୪ ଘଣ୍ଟା ମଧ୍ୟରେ ଦୁର୍ବୃତ୍ତମାନଙ୍କ ଏହା ହେଉଛି ୨ୟ କାଣ୍ଡ। ଦୁର୍ବୃତ୍ତମାନେ ଆମ୍ବେଦକରଙ୍କ ପ୍ରତିମାର ଗୋଟିଏ ହାତ ଭାଙ୍ଗି ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି।
ପୂର୍ବରୁ ଆଜି ଉତ୍ତରପ୍ରଦେଶର ଆହ୍ଲାବାଦ ଠାରେ ଦୁର୍ବୃତ୍ତମାନେ ଆମ୍ବେଦକରଙ୍କ ମୂର୍ତ୍ତିକୁ ଶନିବାର ଭାଙ୍ଗି ଦେଇଛନ୍ତି। ଝୁନସୀର ତ୍ରିବେଣୀପୁରମ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ଆମ୍ବେଦକରଙ୍କ ମୂର୍ତ୍ତିର ମୁଣ୍ଡକୁ ସଂମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡ଼ା ଚେତାବନୀ ଓ ଗୃହ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଦୁବୃର୍ତ୍ତମାନେ ଭାରତର ପ୍ରବାଦ ପୁରୁଷଙ୍କ ମୂର୍ତ୍ତି ଭାଙ୍ଗୁଛନ୍ତି। ବିଗତ କିଛି ମାସ ମଧ୍ୟରେ ଏଭଳି ଘଟଣା ବାରମ୍ବାର ଦେଖାଯାଇଛି।
ଗତ ସପ୍ତାହରେ ରାଜସ୍ଥାନ ପୁଲିସ ମୂର୍ତ୍ତି ଭଙ୍ଗା ଅଭିଯୋଗରେ ଜଣକୁ ଗିରଫ କରିଥିଲା। ଜୈସଲମେରରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ଭାଙ୍ଗି ଜଣେ ବ୍ୟକ୍ତି ଗିରଫ ହୋଇଥିଲେ। ଏହି ଘଟଣା ପଶ୍ଚିମବଙ୍ଗର କାଟଓ୍ଵା ଅଞ୍ଚଳରେ ଥିବା ଟେଲିଫୋନ ପଡ଼ିଆରେ ଭଙ୍ଗାଯାଇଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ମୂର୍ତ୍ତି ଭଙ୍ଗାଯିବାର ଅଳ୍ପ କିଛି ଦିନ ପରେ ହୋଇଥିଲା।
ଅନ୍ୟ ଏକ ଘଟଣାରେ ଏହି ମାସର ପ୍ରଥମ ସପ୍ତାହରେ ଆସାମର କେକରାଝର ଠାରେ ଭାରତୀୟ ଜନ ସଂଘ ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗିଥିଲେ।
Follow Us