Deccan Chronicle
ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାର କେରଣ ସେକ୍ଟରରେ ଚାଲିଥିବା ଅପରେସନରେ ଦୁଇ ସେନା ଯବାନ ଏବଂ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନ ସହିଦ ହୋଇଛନ୍ତି। ଏହାପୂର୍ବରୁ ନିୟନ୍ତ୍ରଣ ରେଖାରେ ସେନା ଅନୁପ୍ରବେଶକାରୀଙ୍କ ଉଦ୍ୟମକୁ ବିଫଳ କରି ଦୁଇଜଣ ଅନୁପ୍ରବେଶକାରୀଙ୍କୁ ନିହତ କରିଥିଲେ ସେନା ଯବାନ ।
ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀମାନଙ୍କୁ ସେନାର ଏକ ପାଟ୍ରୋଲିଂ ଟିମ ଅଟକାଇବା ପରେ ସେମାନେ ପାଟ୍ରୋଲିଂ ଟିମ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବ ଦେବାକୁ ଯାଇ ପାଟ୍ରୋଲିଂ ଟିମ ଗୁଳି ଚଳାଇବା ପରେ ଦୁଇ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଅପରେସନରେ ଦୁଇ ସେନା ଯବାନ ଏବଂ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନ ସହିଦ ହୋଇଛନ୍ତି। ଏବେ ମଧ୍ୟ ଅପରେସନ ଚାଲୁ ରହିଥିବା ଜଣାପଡ଼ିଛି। ମୃତ ଆତଙ୍କବାଦୀଙ୍କଠାରୁ ଗୋଟିଏ ଏକେ-୪୭ ଏବଂ ୨ଟି ବ୍ୟାଗ ଜବତ କରାଯାଇଛି।
Follow Us