୧୦୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ନୌକା ମଧ୍ୟରେ ଧକ୍କା, ଅନେକ ଯାତ୍ରୀ ନିଖୋଜ

Advertisment
୧୦୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ନୌକା ମଧ୍ୟରେ ଧକ୍କା, ଅନେକ ଯାତ୍ରୀ ନିଖୋଜ

ଆସାମ: ଆସାମର ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ଧରଣର ନୌକା ଦୁର୍ଘଟଣା ଘଟିଛି। ତେବେ ବ୍ରହ୍ମପୁତ୍ର ନଦୀରେ ଯାଉଥିବା ଦୁଇ ଯାତ୍ରୀବାହୀ ନୌକା ମଧ୍ୟରେ ଧକ୍କା ହୋଇଯାଇଥିଲା। ଦୁର୍ଘଟଣା ପରେ ନୌକାରେ ଥିବା ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଦୁଃଖଦ ଘଟଣା ଜୋରହଟ ଜିଲ୍ଲାର ନିମାତିଘାଟ ନିକଟରେ ଘଟିଥିବା କୁହାଯାଉଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଦୁଇଟି ନୌକାରେ ପାଖାପାଖି ୧୦୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ଗୋଟିଏ ନୌକା ମାଜୁଲିରୁ ନିମାତିଘାଟକୁ ଯାଉଥିବା ବେଳେ ଦ୍ବିତୀୟ ନୌକାଟି ବୀପରିତ ଦିଗକୁ ଯାଉଥିଲା।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ନୌକା ଦୁର୍ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଛନ୍ତି। ଏଥିସହିତ ମାଜୁଲି ଓ ଜୋରହାଟ ଜିଲ୍ଲାର ପ୍ରଶାସନଙ୍କୁ ଏନଡିଆରଏଫ ଓ ଏସଡିଆରଏଫଙ୍କ ସାହାଯ୍ୟରେ ଉଦ୍ଧାରକାର୍ଯ୍ୟ ଜାରି ରଖିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଧାନ ସଚିବ ସମୀର ସିହ୍ନାଙ୍କୁ କ୍ରମାଗତ ଭାବେ ଘଟଣା ସହିତ ଜଡ଼ି ରହିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ମାଜୁଲି ପହଞ୍ଚିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe