୨ଦିନ ମଧ୍ୟରେ ଦୁଇ ଭାଇଙ୍କୁ କାମୁଡ଼ି ମାରିଦେଲେ ବୁଲା କୁକୁର

Advertisment
୨ଦିନ ମଧ୍ୟରେ ଦୁଇ ଭାଇଙ୍କୁ କାମୁଡ଼ି ମାରିଦେଲେ ବୁଲା କୁକୁର

indiatoday

ନୂଆଦିଲ୍ଲୀ: ୨ଦିନ ମଧ୍ୟରେ ଦୁଇ ଭାଇଙ୍କୁ କାମୁଡ଼ି ମାରିଦେଲେ ବୁଲା କୁକୁର। ଦିଲ୍ଲୀରେ ଦୁଇ ଭାଇ ଆନନ୍ଦ (୭) ଏବଂ ଆଦିତ୍ୟ (୫), ଦୁଇ ଦିନ ମଧ୍ୟରେ ବୁଲା କୁକୁରମାନଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।

ସୂଚନା ମୁତାବକ, ଶୁକ୍ରବାର ଦିନ ସହରର ବସନ୍ତ କୁଞ୍ଜ ଅଞ୍ଚଳରୁ ଶିଶୁ ନିଖୋଜ ଥିବା ନେଇ ପୁଲିସକୁ ସୂଚନା ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ପରିବାର ରହୁଥିବା ଘର ନିକଟ ଜଙ୍ଗଲରେ ପୁଅର ମା’ଙ୍କୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ପୁଲିସ ପକ୍ଷରୁ ଏକ ଟିମ୍ ନିୟୋଜିତ କରାଯାଇଥିଲା। ଦୁଇ ଘଣ୍ଟା ଖୋଜାଖୋଜି କରିବା ପରେ ଶିଶୁର ମୃତଦେହ ଏକ ନିର୍ଜନ ସ୍ଥାନରୁ ମିଳିଥିଲା। ଶିଶୁର ମୃତଦେହରେ ଏକାଧିକ ଆଘାତ ଲାଗିଥିଲା, ଯେଉଁଥିରୁ ସେ ଏକ ପଶୁ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା। ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକମାନେ ପୁଲିସକୁ କହିଥିଲେ ଯେ ଆନନ୍ଦ ଉପରେ ଜଙ୍ଗଲରେ ଥିବା ବୁଲା କୁକୁରମାନେ ଆକ୍ରମଣ କରିଥାଇପାରନ୍ତି, ଯେଉଁମାନେ ଛେଳି ଓ ଘୁଷୁରି ଉପରେ ମଧ୍ୟ ପୂର୍ବରୁ ଆକ୍ରମଣ କରିଛନ୍ତି।

ପରେ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସଫଦରଜଙ୍ଗ ଡାକ୍ତରଖାନାକୁ ପଠାଇଥିଲେ। ଏହି ଘଟଣାର ଦୁଇ ଦିନ ପରେ ଆନନ୍ଦଙ୍କ ସାନଭାଇ ଆଦିତ୍ୟ ଏବଂ ତାଙ୍କ ସମ୍ପର୍କୀୟ ଭାଇ ଚନ୍ଦନ ଶୌଚ ହେବାକୁ ଘର ନିକଟ ଜଙ୍ଗଲକୁ ଯାଇଥିଲେ। ଆଦିତ୍ୟଠାରୁ ଟିକିଏ ଦୂରକୁ ଯାଇ ଶୌଚ ହେଉଥିବା ଚନ୍ଦନ ଫେରିବା ପରେ ଯେଉଁ ଦୃଶ୍ୟ ଦେଖିଥିଲେ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କିଛି କୁକୁର ଆଦିତ୍ୟଙ୍କୁ ଘେରିଯାଇ ତାଙ୍କୁ କାମୁଡି ପକାଉଥିବା ସେ ଦେଖିବାକୁ ପାଇଥିଲେ। ଦୁହିଁଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ଆଦିତ୍ୟଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe