ଦଳ ଛାଡ଼ିଲେ ତେଲେଙ୍ଗାନାର ଦୁଇ କଂଗ୍ରେସ ବିଧାୟକ, ଟିଆରଏସରେ ଯୋଗ ଦେବେ

ଦଳ ଛାଡ଼ିଲେ ତେଲେଙ୍ଗାନାର ଦୁଇ କଂଗ୍ରେସ ବିଧାୟକ, ଟିଆରଏସରେ ଯୋଗ ଦେବେ

ହାଇଦ୍ରାବାଦ: ତେଲେଙ୍ଗାନାର ଦୁଇଜଣ କଂଗ୍ରେସ ବିଧାୟକ ଟିଆରଏସକୁ ସମର୍ଥନ କରି ଦଳ ଛାଡ଼ିଛନ୍ତି। ଏହାକୁ କଟାକ୍ଷ କରି ତେଲଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କଂଗ୍ରେସ ପତନର ଅୟମାରମ୍ଭ ବୋଲି କହିଛନ୍ତି। ଏହାଫଳରେ କଂଗ୍ରେସ ଆଗାମୀ ବିଧାନ ପରିଷଦ ନିର୍ବାଚନରେ ୪ଟି ସିଟ୍‌ ମଧ୍ୟରୁ ଗୋଟିକରେ ଜିତାପଟ ହାସଲ କରିବ ବୋଲି ଆଶା ରଖିଥିଲା। କିନ୍ତୁ ତାହା ଧୂଳିସାତ୍‌ ହୋଇଛି।

ଟିଆରଏସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ଆହୁରି କେତେକ ବିରୋଧୀ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ କେ ସି ଆରଙ୍କ ସହ ଯୋଗାଯୋଗ କରିଛନ୍ତି। ସେମାନେ ଯେକୌଣସି ମୁହୂର୍ତ୍ତରେ କ୍ଷମତାସୀନ ଦଳରେ ସାମିଲ ହୋଇପାରନ୍ତି। କଂଗ୍ରେସର ଦୁଇଜଣ ଆଦିବାସୀ ବିଧାୟକ ଦଳ ଛାଡି ଟିଆରଏସରେ ସାମିଲ ହୋଇଛନ୍ତି। ଆଉ ଜଣେ ଟିଡିପି ବିଧାୟକ ସେଣ୍ଡା୍ର ଭେଙ୍କଟ ବୀରୈୟା ମଧ୍ୟ ବହୁ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଯେ ସେ ମଧ୍ୟ ଦଳ ଛାଡିବେ ଓ ଟିଆରଏସ୍‌ରେ ଯୋଗ ଦେବେ। ଏହାଫଳରେ କଂଗ୍ରେସ-ଟିଡିପି ମେଣ୍ଟରେ ବିଧାୟକଙ୍କ ସଂଖ୍ୟା ୧୮କୁ ଖସି ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe