ଗତବର୍ଷ ୨ କୋଟି ୨୧ ଲକ୍ଷ ଗାଡ଼ି ବିକ୍ରି; ଗ୍ରାମାଞ୍ଚଳ ବଜାରରେ ବିକ୍ରି ନିରୁତ୍ସାହଜନକ

Advertisment
ଟାଟା ପୁଞ୍ଚକୁ ଟକ୍କର ଦେବାକୁ ହୁଣ୍ଡାଇ ଆଣିବ 'ଏକ୍ସଟର'

ନୂଆଦିଲ୍ଲୀ : ଗତ ଆର୍ଥିକ ବର୍ଷ (୨୦୨୨-୨୩)ରେ ଦେଶରେ ୨ କୋଟି ୨୧ ଲକ୍ଷ ୫୦ ହଜାର ୨୨୨ଟି ଗାଡ଼ି ବିକ୍ରି ହୋଇଥିଲା। ପୂର୍ବ ଆର୍ଥିକ ବର୍ଷ (୨୦୨୧-୨୨)ର ୧ କୋଟି ୮୩ ଲକ୍ଷ ଗାଡ଼ି ବିକ୍ରି ତୁଳନାରେ ଏହା ୨୦.୮୬ ପ୍ରତିଶତ ଅଧିକ। ୨୦୨୨ ଏପ୍ରିଲ୍‌ ୧ରୁ ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ୨୦୨୨-୨୩ ଆର୍ଥିକ ବର୍ଷରେ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି। ଗ୍ରାମାଞ୍ଚଳ ବିକ୍ରି ଚିନ୍ତାଜନକ ରହିଛି। ଗ୍ରାମାଞ୍ଚଳରେ ଗାଡ଼ି ବିକ୍ରି ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି।

publive-image

ଚଳିତ ବର୍ଷ ଜଳବାୟୁରେ ଏଲ୍‌ ନିନୋ ପ୍ରଭାବ ଦେଖାଦେବାର ଆଶଙ୍କା ଥିବାରୁ କୃଷି ଉତ୍ପାଦନ କମିପାରେ ବୋଲି କୁହାଯାଉଛି। ସେଭଳି ସ୍ଥିତି ସୃଷ୍ଟି ହୋଇନଥିବା ବେଳେ ଗ୍ରାମାଞ୍ଚଳରେ ଅଧିକ ଗାଡ଼ି ବିକ୍ରି ହେଉ ନଥିବା କଂପାନିଗୁଡ଼ିକର ଚିନ୍ତାକୁ ବଢ଼ାଇ ଦେଇଛି। କରୋନା ମହାମାରୀ ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳ ଲୋକମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ହୋଇନଥିବା ବେଳେ ଗାଡ଼ି ଦାମ୍‌ରେ ବୃଦ୍ଧି ସେମାନଙ୍କୁ ଗାଡ଼ି ବଜାରଠାରୁ ଦୂରେଇ ଦେଇଥିବା କୁହାଯାଉଛି। ଗ୍ରାମୀଣ ବଜାରର ପ୍ରଦର୍ଶନ ଭଲ ନାହିଁ ବୋଲି ଅଟୋମୋବାଇଲ୍‌ ଡିଲର୍‌ ସଂଘ ଏଫ୍‌ଏଡିଏର ସଭାପତି ମନୀଷ ରାଜ ସିଂଘାଣିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe