ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟାଇବାକୁ କହି ବ୍ୟବସାୟୀଙ୍କୁ ୨ କୋଟି ଟଙ୍କାର ଚୂନା ଲଗାଇଲେ ଠକ

ସାଇବର୍‌ ଠକଙ୍କ ଟାର୍ଗେଟ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀ: ନଜରରେ ସୀମାନ୍ତ ଓ ଗ୍ରାମାଞ୍ଚଳର ଅପାଠୁଆ

PYMNTS.com

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟାଇବାକୁ କହି ୨ କୋଟି ଟଙ୍କାର ଠକେଇ ହୋଇଥିବାର ଜଣାପଡିଛି | ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ସହ ଏହି ଠକେଇ ଦିଲ୍ଲୀରେ ହୋଇଥିବାର ଜଣାପଡିଛି | ଜଣେ ବ୍ୟବସାୟୀଙ୍କୁ ରେଳପଥ ନିର୍ମାଣ ଟେଣ୍ଡର ଦେବାକୁ କହି ଠକମାନେ ଲୁଟିନେଇଛନ୍ତି | ଆଉ ଏବାବଦରେ ଜଣାପଡିବା ପରେ ସ୍ପେଶାଲ୍ ସେଲ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ ମୁମ୍ବାଇର ବ୍ୟବସାୟୀ ପ୍ରବଳ ଚୌଧୁରୀ ତିନି ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ ଗୃହମନ୍ତ୍ରୀଙ୍କୁ ଭେଟିବା ଏବଂ ରେଳବାଇରେ ଟେଣ୍ଡର ଦେବାକୁ କହି ଏହି ଠକେଇ କରାଯାଇଥିଲା। ବ୍ୟବସାୟୀଙ୍କ କହିବାନୁସାରେ ରାହୁଲ ଶାହା, ଅନିଷ ବନସଲ ଏବଂ ବ୍ରିଜେଶ ରତନ ନାମକ ବ୍ୟକ୍ତିମାନେ ଦୁଇ କୋଟି ଟଙ୍କା ଠକେଇ କରିଛନ୍ତି |

ମୁମ୍ବାଇର ବ୍ୟବସାୟୀ ପ୍ରବଳ ଚୌଧୁରୀଙ୍କୁ ରେଳବାଇର ଟେଣ୍ଡର ପାଇବାରେ ସାହାଯ୍ୟ କରିବା ଏବଂ କିଛି କାମ ପାଇଁ ଗୃହମନ୍ତ୍ରୀଙ୍କୁ ଭେଟାଇବାର ପ୍ରତିଶୃତି ଦିଆଯାଇଥିଲା | ବ୍ୟବସାୟୀ ଜଣ ପୁଲିସକୁ କହିଛନ୍ତି ଯେ ଏହି କାମର ବଜେଟ ପ୍ରାୟ ୧୦୦ କୋଟି ଟଙ୍କା ହେବ ଓ ଅଗ୍ରିମ ଆକାରରେ ୨ କୋଟି ଟଙ୍କା ଦେବାକୁ କୁହାଯାଇଥିଲା | ଠକମାନଙ୍କ ଚାଲାକି ବୁଝିନପାରି ବ୍ୟବସାୟୀ ଜଣକ ସେମାନଙ୍କୁ ୨ କୋଟି ଟଙ୍କା ଦେଇଥିଲେ |

କିନ୍ତୁ ଟଙ୍କା ନେବା ପରେ ବି ଅମିତ ଶାହାଙ୍କୁ ଭେଟାଇବା ଦୂରରେ ଥାଉ, ଠକମାନେ ଆଉ ଧରାଛୁଆଁ ଦେଇନଥିଲେ | ବାରମ୍ବାର ଫୋନ କରିବା ପରେ ବି ସେମାନେ ଆଉ ଫୋନ ଉଠାଇନଥିଲେ | ଆଉ ଏହା ପରେ ତାଙ୍କ ସହ ଠକେଇ ହୋଇଥିବାର ବ୍ୟବସାୟୀ ଜଣକ ଜାଣିପାରିଥିଲେ | ଶେଷରେ ସେ ସ୍ପେଶାଲ ସେଲରେ ଅଭିଯୋଗ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe