୨ କୋଟି ଟପିଲା ଭାରତରେ କରୋନା ପରୀକ୍ଷା : ଗତକାଲି ହୋଇଛି ରେକର୍ଡ ସଂଖ୍ୟକ ୩, ୮୧, ୦୨୭ ନମୁନା ପରୀକ୍ଷଣ

୨ କୋଟି ଟପିଲା ଭାରତରେ କରୋନା ପରୀକ୍ଷା : ଗତକାଲି ହୋଇଛି ରେକର୍ଡ ସଂଖ୍ୟକ ୩, ୮୧, ୦୨୭ ନମୁନା ପରୀକ୍ଷଣ

ନୂଆଦିଲ୍ଲୀ: ୨ କୋଟି ଟପିଛି ଭାରତରେ କରୋନା ଭୂତାଣୁ ପରୀକ୍ଷଣ । ଗତକାଲି ୩ ଲକ୍ଷ ୮୧ ହଜାର ୨୭ଟି ନମୁନା ପରୀକ୍ଷା ସହ ଏହି ରେକର୍ଡ ସଂଖ୍ୟକ ପରୀକ୍ଷା ହୋଇଛି । ଏ ନେଇ ସୂଚନା ଦେଇଛି ଆଇସିଏମଆର । ରବିବାର ସୁଦ୍ଧା ଦେଶରେ ମୋଟ ୨ କୋଟି ୨ ଲକ୍ଷ ୨ହଜାର ୮୫୮ କରୋନା ପରୀକ୍ଷା ହୋଇଛି । ସାରା ଦେଶରେ ଏବେ ୧୮ଲକ୍ଷ ୩ ହଜାର ୬୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି ।

ଇତିମଧ୍ୟରେ ୨,୦୨,୦୨,୮୫୮  ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି । ବ୍ୟାପକଭାବେ ଲୋକଙ୍କ ସ୍ୱାବ ପରୀକ୍ଷା କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଅଲଗା ରଖି ତୁରନ୍ତ ଚିକିତ୍ସା କରିବା ପାଇଁ କେନ୍ଦ୍ର ସରକାର ଯେଉଁ ନିର୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି। ରାଜ୍ୟମାନେ ତାହାକୁ ଉପଯୁକ୍ତଭାବେ କାର୍ଯ୍ୟକାରୀ କରିବା ଫଳରେ ଏହା ସମ୍ଭବ ହୋଇଛି । ସମଗ୍ର ଦେଶରେ କୋଭିଡ ନମୁନା ପରୀକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ଏବଂ ସହଜରେ ଲୋକଙ୍କୁ ଏହି ପରୀକ୍ଷା ସୁବିଧା ଯୋଗାଇ ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୮୧ ହଜାର ୨୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଏଥିସହିତ ପ୍ରତି ୧୦ ଲକ୍ଷ ଲୋକରେ ଟେଷ୍ଟ ସଂଖ୍ୟା (ଟିପିଏମ୍‌) ୧୪  ହଜାର ୬୪୦ କୁ ବୃଦ୍ଧି ପାଇଛି । ଏବେ ଏହି ଟିପିଏମ୍‌ ହାର କ୍ରମାଗତଭାବେ ଊଦ୍ଧ୍ୱର୍ମୁଖୀ ହେଉଛି । ଏଥିରୁ ସୂଚନା ମିଳୁଛି ଯେ ଦେଶରେ ବିଭିନ୍ନ ପ୍ରାନ୍ତରେ ସ୍ୱାବ ପରୀକ୍ଷା ସୁବିଧା, ବ୍ୟାପକ ଏବଂ ସଫଳ ରହିଛି । ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ସ୍ୱାବ ପରୀକ୍ଷା ହାର ଜାତୀୟ ହାରଠାରୁ ଉପରେ ରହିଛି । ଏବେ ଦେଶରେ ୧୩୪୮ଟି ଲାବରେଟୋରୀରେ ସ୍ୱାବ ପରୀକ୍ଷା କରାଯାଉଛି । ସେଥିରୁ ୯୧୪ଟି ସରକାରୀ ଏବଂ ୪୩୪ଟି ବେସରକାରୀ । ଏହି ପରୀକ୍ଷା ବ୍ୟବସ୍ଥା ସୁସଂହତ ଓ ଦୃଢଭାବେ କାର୍ଯ୍ୟ କରୁଛି ।

ସାରା ବିଶ୍ୱରେ ଚୀନରେ ସର୍ବାଧିକ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଆମେରିକା ରହିଛି ଏବଂ ତୃତୀୟରେ ଋଷିଆ । ବିଶ୍ୱରେ ଭାରତ କୋଭିଡ୍ ଟେଷ୍ଟ କରିବାରେ ଚତୁର୍ଥ ସ୍ଥାନ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe