ଛତିଶଗଡ଼ର ବିଜାପୁରରେ ‘ଆଇଇଡି’ ବିସ୍ଫୋରଣ; ୨ ‘ସିଆର୍‌ପିଏଫ୍‌’ ଯବାନ ଆହତ

Advertisment
ଛତିଶଗଡ଼ର ବିଜାପୁରରେ ‘ଆଇଇଡି’ ବିସ୍ଫୋରଣ; ୨ ‘ସିଆର୍‌ପିଏଫ୍‌’ ଯବାନ ଆହତ

Image Courtesy of India Today

ନୂଆଦିଲ୍ଲୀ: ଆଜି ଛତିଶଗଡ଼ର ବିଜାପୁରରେ ‘ଇମ୍ପ୍ରୋଭାଇଜ୍‌ଡ୍‌ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌’ (ଆଇଇଡି) ବିସ୍ଫୋରଣ ଘଟିବାରୁ ୮୫ ବାଟାଲିୟାନ୍‌ର ୨ଜଣ ‘ସିଆର୍‌ପିଏଫ୍‌’ ଯବାନ୍‌ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ଆହତ ହୋଇଥିବା ଯବାନ ଦୁହିଁଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିଲା। ଉନ୍ନତ ଡାକ୍ତରୀ ଚିକିତ୍ସା ନିମନ୍ତେ ସେମାନଙ୍କୁ ରାୟପୁର ପଠାଯିବ।

ଛତିଶଗଡ଼ ପୁଲିସ କହିଛି, ବିଜାପୁର ଜିଲ୍ଲାରେ ନକ୍ସଲ୍‌ମାନେ ପୋତି ଥିବା ‘ପ୍ରେସର୍‌ ଆଇଇଡି’ ବିସ୍ଫୋରଣ ଘଟି ‘ସିଆର୍‌ପିଏଫ୍‌ ୮୫ବିଏନ୍‌’ର ୨ଜଣ ଯବାନ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବିମାନ ଯୋଗେ ରାୟପୁର ନିଆଯାଉଛି।

ଘଟଣା ସଂକ୍ରାନ୍ତରେ ସୁନିଶ୍ଚିତ କରି ବିଜାପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଞ୍ଜନେୟ ୱାର୍ଷ୍ଣୋୟ କହିଛନ୍ତି, ଏହି ଘଟଣା ଗଙ୍ଗାଲୁରୁ ଥାନା ଅଞ୍ଚଳରେ ଘଟିଛି।

ସ୍ମରଣଯୋଗ୍ୟ, ଏପ୍ରିଲ୍‌ ମାସରେ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଳାରେ ମାଓବାଦୀମାନେ କରିଥିବା ‘ଆଇଇଡି’ ବିସ୍ଫୋରଣରେ ୧୦ଜଣ ନିରାପତ୍ତା କର୍ମଚାରୀ ଓ ଜଣେ ଡ୍ରାଇଭର୍‌ଙ୍କର ମୃତ୍ୟୁ ଘଟିଥିଲା। ରାଜ୍ୟ ପୁଲିସର ‘ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ’ର ଟିମ୍‌ ନକ୍ସଲ୍‌-ବିରୋଧୀ ଅଭିଯାନ ଶେଷ କରି ଫେରୁଥିବା ବେଳେ ଅରନପୁର ଥାନା ଅଞ୍ଚଳରେ ଉକ୍ତ ଘଟଣାଟି ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe