latestly
ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୋମବାର ସକାଳେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ କୋବ୍ରା ବାଟାଲିୟନ୍ର ୨ଜଣ ଯବାନ ସହିଦ ହେବା ସହିତ ଅନ୍ୟ ୨ଜଣ ଯବାନ ଗୁରୁତର ହୋଇଛନ୍ତି। ଏଥିସହିତ ଜଣେ ନକ୍ସଲ ବି ଏହି ଗୁଳିବିନିମୟରେ ନିହତ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୋମବାର ସକାଳେ ବିଜାପୁରର ଇରାପଲ୍ଲୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଯବାନମାନେ ନକ୍ସଲଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍ରେ ଆରମ୍ଭ କରିଥିଲେ। ଦିନ ପାଖାପାଖି ୧୦ଟାରେ ଜଙ୍ଗଲରେ ଯବାନଙ୍କୁ ସର୍ଚ୍ଚ ଅପରେସନ୍ କରୁଥିବା ଦେଖି ନକ୍ସଲମାନେ ହଠାତ ସେମାନଙ୍କ ଉପରକୁ ଅତର୍କିତ ଭାବେ ଗୁଳିଚାଳନା ଆରମ୍ଭ କରି ଦେଇଥିଲେ।
indiatodayଯବାନମାନେ ବି ନକ୍ସଲଙ୍କ ଏହି ଆକ୍ରମଣର ପାଲଟା ଜବାବ ଦେଇଥିଲେ। ଏହି ଗୁଳିବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ କୋବ୍ରା ବାଟାଲିୟନ୍ର ୨ଜଣ ଯବାନ ସହିଦ ହୋଇଯାଇଛନ୍ତି। ଅନ୍ୟ ୨ଜଣ ଯବାନ ଗୁରୁତର ହୋଇଥିବା ଜଣାପଡ଼ିଛି। ଦୁଇ ଗୁରୁତର ଯବାନଙ୍କୁ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରୁ ନକ୍ସଲଙ୍କ ବ୍ୟବହୃତ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ୭ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ଏସ୍ପି ଦିବ୍ୟାଙ୍ଗ ପଟେଲ ସୂଚନା ଦେଇଛନ୍ତି। ଏହାଦ୍ୱାରା ପୁଲିସକୁ ଏକ ବଡ଼ ସଫଳତା ମିଳିଥିବା କୁହାଯାଉଛି।
Follow Us