ଗୋଟିଏ କାହାଣୀ, ୬ଟା ରୂପ: ଆସୁଛି ମନୋଜ ବାଜପେୟୀଙ୍କ ନୂଆ ଫିଲ୍ମ ‘ସୁରଜ ପର ମଙ୍ଗଲ ଭାରୀ’

Advertisment

୬ଟି ଭିନ୍ନ ଅବତାରରେ ନଜର ଆସିବେ ମନୋଜ

୬ଟି ଭିନ୍ନ ଅବତାରରେ ନଜର ଆସିବେ ମନୋଜ

ଗୋଟିଏ କାହାଣୀ, ୬ଟା ରୂପ: ଆସୁଛି ମନୋଜ ବାଜପେୟୀଙ୍କ ନୂଆ ଫିଲ୍ମ ‘ସୁରଜ ପର ମଙ୍ଗଲ ଭାରୀ’

ନୂଆଦିଲ୍ଲୀ: ବଲିଉଡର ଅଭିନେତା ମନୋଜ ବାଜପେୟୀଙ୍କ ହିନ୍ଦି ସିନେମା ଜଗତରେ ଅନେକ ସୁନାମ ରହିଛି । ତାଙ୍କ ଅଭିନୟର ଯାଦୁ ସିନେପ୍ରେମୀଙ୍କ ବେଶ୍ ମନୋରଞ୍ଜନ କରିଛି । ଦର୍ଶକ ତାଙ୍କର ଅନେକ ସିନେମା ଦେଖିଥିବେ ନିଶ୍ଚୟ । କିନ୍ତୁ ନିକଟରେ ଆସିବାକୁ ଯାଉଥିବା ଫିଲ୍ମ ‘ସୁରଜ ପର ମଙ୍ଗଲ ଭାରୀ’ ସିନେମାରେ ମନୋଜଙ୍କୁ ୬ଟି ଅବତାରରେ ଦେଖିବାକୁ ମିଳିବ ।

ବଲିଉଡର ଆଗାମୀ ଫିଲ୍ମ ‘ସୁରଜ ପର ମଙ୍ଗଲ ଭାରୀ’ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହି ଫିଲ୍ମରେ ମନୋଜଙ୍କୁ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଛଅଟି ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ମନୋଜ ଭିକାରି ଭୂମିକାଠୁ ଆରମ୍ଭ କରି ଏକ ମହାରାଷ୍ଟ୍ର ଝିଅ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି । ସୋସିଆଲ ମିଡିଆରେ ସବୁଠୁ ଅଧିକ ଭାଇରାଲ ହେଉଛି ଝିଅ ଲୁକରେ ଆସିଥିବା ମନୋଜ ବାଜପେୟୀଙ୍କ ଏହି ଫଟୋ। ଏପରିକି ଫିଲ୍ମ ନିର୍ମାତା ବି ଏହି ଗେଟଅପର ଭିଡିଓ ସେୟାର କରିଛନ୍ତି ।

Suraj Pe Mangal Bhari BTS: Manoj Bajpayee donned six different looks for his character,... - CelebsYou CelebsYou

ଏଥିରେ ମନୋଜ ତାଙ୍କର କ୍ଲିନସେଭ୍ ଲୁକରେ ବି ନଜର ଆସିଛନ୍ତି । କେବଳ ସେତିକି ନୁହେଁ, ଏହି ଫିଲ୍ମରେ ମନୋଜଙ୍କୁ ଦାଢିଥିବା ଲୁକରେ ବି ଦେଖିବାକୁ ମିଳିଛି । କୁହାଯାଉଛି ଫିଲ୍ମରେ ଏହି  ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । କିନ୍ତୁ ଫିଲ୍ମର ଏକ ଦୃଶ୍ୟରେ ମନୋଜଙ୍କୁ ଏପରି ଏକ ଲୁକରେ ଦେଖିବାକୁ ମିଳିବ, ଯେଉଁଥିରେ ତାଙ୍କୁ ଚିହ୍ନିବା କଷ୍ଟ ହୋଇଯିବ । ଧଳା କେଶ ସାଙ୍ଗକୁ ମୁହଁରେ ପୁଳା ପୁଳା ଦାଢି, ଫଟା କପଡା ପିନ୍ଧି ରାସ୍ତାରେ ଏତେତେଣେ ବୁଲୁଥିବାର ଦୃଶ୍ୟ ଲୋକଙ୍କ ମନକୁ ନିଶ୍ଚୟ ଛୁଇଁବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe