ଜର୍ମାନୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟ ଜିତିଲେ ୨ ଭାରତୀୟ ବଂଶୋଦ୍ଭବ ଶିଶୁ

Advertisment
ଜର୍ମାନୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟ ଜିତିଲେ ୨ ଭାରତୀୟ ବଂଶୋଦ୍ଭବ ଶିଶୁ

Image Courtesy: News Wall

ନୂଆଦିଲ୍ଲୀ: ଜର୍ମାନୀର ଦୁଇ ଜଣ ଭାରତୀୟ ବଂଶୋଦ୍ଭବ ଶିଶୁଙ୍କ ପାଇଁ ଏହା ଏକ ସ୍ୱପ୍ନ ଠାରୁ କୌଣସି ଗୁଣରେ କମ ନଥିଲା; ଯେଉଁମାନେ ସଂପ୍ରତି ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପ୍ରଶଂସା ସାଉଁଟିବାରେ ସମର୍ଥ ହୋଇଥିଲେ। କାରଣ ସେମାନେ ସେମାନଙ୍କ ନିଜସ୍ୱ ପ୍ରତିଭା ବଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟ ଜିତିବାରେ ସମର୍ଥ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ତ୍ରୀ-ରାଷ୍ଟ୍ରୀୟ ୟୁରୋପ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ବର୍ଲିନରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା। ଆଶୁତୋଷ ଏବଂ ମାନ୍ୟା ମିଶ୍ର ସେହି ପିଲାମାନଙ୍କ ମଧ୍ୟରେ ଥିଲେ ଯେଉଁମାନେ ଭାରତୀୟ ସମ୍ପ୍ରଦାୟର ବୟସ୍କମାନଙ୍କ ସହିତ ହୋଟେଲ ଆଡଲନ୍‌ କେମ୍ପିନସ୍କିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ ଜଣାଇବା ପାଇଁ ଅପେକ୍ଷା କରି ରହିଥିଲେ।

ଆଶୁତୋଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ଦେଶପ୍ରେମ ଗୀତ ଗାଇଥିଲେ; ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଯାହାକୁ ମନଭରି ଉପଭୋଗ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ମୋଦୀ ବାଳକର ପ୍ରତିଭାକୁ ପ୍ରଶଂସା କରିବାକୁ ଯାଇ ‘ସାବାସ୍‌’ ବୋଲି କହିଥିଲେ।

ସେହିଭଳି, ଛୋଟ ଝିଅ ମାନ୍ୟା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଏକ ତୈଳଚିତ୍ର ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମାନ୍ୟାଙ୍କ ସହ ଏକ ଫଟୋ ଉଠାଇଥିଲେ ଏବଂ ଫଟୋରେ ମାନ୍ୟାଙ୍କୁ ନିଜର ‘ଅଟୋଗ୍ରାଫ’ ମଧ୍ୟ ଦେଇଥିଲେ।
ଏହି ଘଟଣାରେ ଖୁସିରେ ଆତ୍ମହରା ହୋଇ ବର୍ଲିନ୍‌ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ମାନ୍ୟା କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ମୋ ପାଇଁ ଏକ ଚମତ୍କାର ଅନୁଭୂତି ଥିଲା। ସେ ମୋର ଆଇକନ୍‌। ମୋ ପେଣ୍ଟିଂକୁ ସେ ନିଜ ହାତରେ ଗ୍ରହଣ କରିବା ମୋ ପାଇଁ ସ୍ୱପ୍ନ ଠାରୁ କୌଣସି ଗୁଣରେ କମ ନଥିଲା’ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର ଅଭିଜ୍ଞତା ବର୍ଣ୍ଣନା କରିବାକୁ ଯାଇ ମାନ୍ୟା କହିଛନ୍ତି, ‘ମୋର ସ୍ୱପ୍ନ ସାକାର ହୋଇଛି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe