ଥଟ୍ଟାମଜା କରିବା ମହଙ୍ଗା ପଡ଼ିଲା, ଛାତରୁ ଖସି ଦୁଇସାଙ୍ଗଙ୍କ ମୃତ୍ୟୁ

ଥଟ୍ଟାମଜା କରିବା ମହଙ୍ଗା ପଡ଼ିଲା, ଛାତରୁ ଖସି ଦୁଇସାଙ୍ଗଙ୍କ ମୃତ୍ୟୁ

ନୂଆଦିଲ୍ଲୀ  : ସାମାନ୍ୟ ଅସାବଧାନତା ହେତୁ ଲୋକଙ୍କ ଜୀବନ ମଧ୍ୟ ଚାଲିଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଦୁଃଖଦ ଘଟଣା ନିକଟରେ ଦିଲ୍ଲୀସ୍ଥିତ ଗୀତା କଲୋନୀରେ ଘଟିଛି।

ସୂଚନାଯୋଗ୍ୟ, ଏକ କାରଖାନାରେ କାମ କରୁଥିବା ଦୁଇ ଜଣ ସାଙ୍ଗ ଉକ୍ତ କାରଖାନାର ଛାତ ଉପରକୁ ଖାଇବା ପାଇଁ ଯାଇଥିଲେ । ଛାତ ଉପରେ କୌଣସି କାରଣକୁ ନେଇ ଦୁଇସାଙ୍ଗଙ୍କ ମଧ୍ୟରେ ଥଟ୍ଟା ଚାଲିଥିଲା। ଏତିକି ବେଳେ ଜଣେ ହାଠତ ଛାତରୁ ତଳକୁ ଖସିପଡିଥିଲେ । ଛାତର ପାଚେରୀ ନଥିବାରୁ ସାଙ୍ଗକୁ ବଞ୍ଚାଇବାକୁ ଯାଉଥିବା ବେଳେ ଅନ୍ୟଜଣେ ବି ତଳେ ପଡିଯାଇଥିଲେ।

ପରିବାର ଓ ସ୍ଥାନୀୟଲୋକେ ଘଟଣାସ୍ଥଳରୁ ଦୁଇ ସାଙ୍ଗଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦୁଇ ଜଣ ସାଙ୍ଗଙ୍କ ନାମ ଶଫିକ୍‌ ଏବଂ ଶକିଲ୍‌ ବୋଲି ସୂଚନା ମିଳିଛି । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

ପୁଲିସ ସୂତ୍ରରୁ ପ୍ରକାଶ, ଶଫିକ୍‌ ପରିବାର ସହିତ ଜାଫରାବାଦରେ ରହୁଥିଲେ । ତାଙ୍କ ପରିବାରରେ ପତ୍ନୀଙ୍କ ସମେତ ଅନ୍ୟ ସଦସ୍ୟ ବି ଅଛନ୍ତି। ଶକିଲ ଶଫିକଙ୍କ ପଡୋଶୀରେ ପରିବାର ସହିତ ରହୁଥିଲେ । ଉଭୟ ଭଲ ବନ୍ଧୁ ଥିଲେ। ଶଫିକ ଓ ଶକିଲ ଅନେକ ଦିନ ହେବ ମୁକେଶ ଦୁଆ ନାମକ ଜଣେ ବ୍ୟକ୍ତିଙ୍କ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଏହି ଫ୍ୟାକ୍ଟ୍ରିର ଛାତ ଉପରୁ ପଡ଼ିଯିବାରୁ ଦୁଇଜଣ ସାଙ୍ଗ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe