ଇଞ୍ଜିନ୍‌ରେ ତ୍ରୁଟି‌ ଦେଖାଦେବା ପରେ ଜରୁରୀକାଳୀନ ଅବତରଣ କଲା ଗୋ-ଫାଷ୍ଟ୍‌ର ୨ ବିମାନ

Advertisment
ଇଞ୍ଜିନ୍‌ରେ ତ୍ରୁଟି‌ ଦେଖାଦେବା ପରେ ଜରୁରୀକାଳୀନ ଅବତରଣ କଲା ଗୋ-ଫାଷ୍ଟ୍‌ର ୨  ବିମାନ

www.indiatoday.in

ନୂଆଦିଲ୍ଳୀ: ମଙ୍ଗଳବାର ଅପରାହ୍ନରେ ୨ଟି ଗୋ ଫାଷ୍ଟ୍‌ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ବିମାନ ଦ୍ବୟକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଗୋ ଫାଷ୍ଟ୍‌ର ଗୋଟାଏ ବିମାନ ମୁମ୍ବାଇରୁ ଲେହ ଯାଉଥିବା ବେଳେ ଅନ୍ୟଟି ଶ୍ରୀନଗରରୁ ଦିଲ୍ଲୀ ଯାଉଥିଲା। ଉକ୍ତ ୨ଟି ଯାକ ବିମାନରେ ଇଞ୍ଜିନ୍‌ରେ ତ୍ରୁଟି ଦେଖିବ‌ାକୁ ମିଳିଥିଲା। ଫଳରେ ୨ଟି ଯାକ ବିମାନକୁ ପାଇଲଟ୍‌ଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଲା।

ପ୍ରଥମେ ମୁମ୍ବାଇରୁ ଲେହ ଯାଉଥିବା ବିମାନଟିର ଦ୍ବିତୀୟ ଇଞ୍ଜିନ୍‌ରେ କିଛି ତ୍ରୁଟି ଦେଖାଯିବା ପରେ ବିମାନଟିକୁ ଦିଲ୍ଲୀ ଆଡ଼େ ନିଆଯାଇ ଅବତରଣ କରାଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ବିମାନଟିର ବି ଦ୍ବିତୀୟ ଇଞ୍ଜିନ୍‌ରେ ତ୍ରୁଟି ଦେଖାଦେବା ପରେ ବିମାନଟିକୁ ପୁଣି ଶ୍ରୀନଗର ଆଡ଼େ ଫେରାଇ ନେଇଥିଲେ ପାଇଲଟ୍‌ ଓ ଶ୍ରୀନଗରରେ ଜରୁରୀକାଳୀନ ଅବତରଣ କରିଥିଲେ।

ଏହି ଘଟଣାକୁ ନେଇ ବିମାନ ଚଳାଚଳ ନିୟାମକ ତଦନ୍ତ ଆରମ୍ଭ କରିଛି। ଡିଜିସିଏ ଅନୁମତି ଦେବା ପରେ ଯାଇ ଏହି ଦୁଇଟି ଯାକ ବିମାନ ପୁଣି ଥରେ ଉଡ଼ାଣ ଭରିବେ ବୋଲି ଏକ ବିବୃତିରେ କୁହାଯାଇଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ୧ ମାସ ମଧ୍ୟରେ ଅନେକ ଭାରତୀୟ ବିମାନରେ ତ୍ରୁଟି ଦେଖା ଦେଇଛି। ସେଥିପାଇଁ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ଗତ ୩ ଦିନ ହେବ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ମନ୍ତ୍ରାଳୟର ଅଧିକାରୀ, ଏୟାର୍‌ଲାଇନ୍‌ ଏବଂ ଡିଜିସିଏ ଅଧିକାରୀମାନଙ୍କ ସହ ଅନେକ ବୈଠକ କରି ଏ ସଂପର୍କରେ ଆଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe